ବିରଳ ଅସ୍ତ୍ରୋପଚାର ! ମହିଳାଙ୍କ ନାକରୁ ବାହାରିଲା ଜୀବନ୍ତ ଅସରପା

51

ଚେନ୍ନାଇର ଜଣେ ମହିଳାଙ୍କ ନାକରୁ ବାହାରିଛି ଜୀବନ୍ତ ଅସରପା । ଦୀର୍ଘ ୧୨ଘଂଟାର ଅପରେସନ୍ ପରେ ଅସରପାଟିକୁ ବାହାର କରିବାରେ ସଫଳ ହୋଇଛନ୍ତି ଡାକ୍ତର ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ସେଲଭି ନାମକ ଜଣେ ମହିଳାଙ୍କ ନାକ କୁଣ୍ଡେଇ ହେବା ଆରମ୍ଭ ହୋଇଥିଲା । ତେବେ ଥଣ୍ଡା ହୋଇଥିବା ଭାବି ସେଲଭି ଏହାକୁ ଏଡାଇ ଯାଇଥିଲେ । ହେଲେ ଧୀରେ ଧୀରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ୩ଟି ହସ୍ପିଟାଲରେ ଦେଖାଇବା ପରେ ମଧ୍ୟ ଡାକ୍ତରମାନେ ପ୍ରକୃତ କାରଣ ଜାଣି ପାରି ନଥିଲେ ।

ପରେ ଚେନ୍ନାଇସ୍ଥିତ ଷ୍ଟାନଲି ମେଡିକାଲ୍ କଲେଜରେ ଜଣା ପଡିଥିଲା ଯେ, ଅସରପାଟି ସେଲଭିଙ୍କ ଦୁଇ ଆଖି ମଝିରେ ଥିବା ନାସାଲ୍ କାଭିଟିରେ ରହିଥିଲା ଯାହାକି ବ୍ରେନର ବହୁତ ପାଖା ପାଖି ଥିଲା । ଏହା ସହ ଅସରପାଟି ଜୀବନ୍ତ ଥିଲା ଏବଂ ଏପରି ସ୍ଥାନରେ ଥିଲା ଯେ ତାକୁ ଅପରେସନ୍ କରି ସହଜରେ ବାହାର କରିବା କଷ୍ଟକର ଥିଲା । ତେବେ ବିଶେଷଜ୍ଞ ଡାକ୍ତର ମାନଙ୍କ ଏକ ଟିମ୍ ଦୀର୍ଘ ୧୨ଘଂଟା ପରେ ଏହି ଅସରପାଟିକୁ ବାହାର କରିବାରେ ସଫଳ ହୋଇଥିଲେ ।