୮ ବର୍ଷର ଶିଶୁ କନ୍ୟା ପେଟରୁ ବାହାରିଲା ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା । ଡାକ୍ତର ବି ହୋଇଗଲେ ତାଜୁକ୍ ।

ଜଣେ ନାବାଳିକା ପେଟରୁ ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା ବାହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

410

ଚୀନରେ ବସବାସ କରୁଥିବା ଜଣେ ନାବାଳିକା ପେଟରୁ ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା ବାହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକା ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ହସ୍ପିଟାଲ୍ ଅଣାଯାଇଥିଲା। ସେଠାରେ ଡାକ୍ତର ନାବାଳିକାର ସିଟିସ୍କାନ କରିଥିଲେ। ଏହି ରିପୋର୍ଟରୁ ଶିଶୁର ପେଟରେ ଗୋଟିଏ ବଲ୍ ଆକୃତିର ଜିନିଷ ଡାକ୍ତର ଦେଖିବାକୁ ପାଇଥିଲେ। ଏହାପରେ ଡାକ୍ତର ନାବାଳିକାର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କରିଥିଲେ। ଅସ୍ତ୍ରୋପଚାର ପରେ ୮ବର୍ଷର ନାବାଳିକା ପେଟରୁ ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା ବାହାରିଥିଲା।

ପିଲାଟିର ଚୁଟି ଖାଇବା ଅଭ୍ୟାସ ଏକ ରୋଗର ଲକ୍ଷଣ ଅଟେ । ଏହାର ନାମ ପିକା । ଏହି ରୋଗ (ପିକା) ଇଟିଙ୍ଗ୍ ଡିସଅର୍ଡର କାରଣରୁ ହୋଇଥାଏ। ଏହି ରୋଗ ହେବାଦ୍ଵାରା ଶିଶୁଙ୍କୁ ଏଣୁତେଣୁ ଖାଇବାର ଅଭ୍ୟାସ ପଡିଯାଇଥାଏ ବୋଲିଡାକ୍ତର କହିଛନ୍ତି।

ଚିକିତ୍ସା ପରେ ଏବେ ଉକ୍ତ ଶିଶୁଟି ସୁସ୍ଥ ଥିବା କଥା ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି। ଏଥିସହ ଡାକ୍ତର ଶିଶୁର ମାତା ପିତାଙ୍କୁ ତାର ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ କହିଛନ୍ତି । ପ୍ରାୟ ୨ ବର୍ଷ ବୟସରୁ ଝିଅଟିର ଚୁଟି ଖାଇବା ଭଳି ଖରାପ ଅଭ୍ୟାସ ଥିଲା । ଆଠ ବର୍ଷରେ ପହଞ୍ଚିବା ବେଳକୁ ଝିଅ ପେଟରେ ହଠାତ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହି ଯନ୍ତ୍ରଣା ଅସହ୍ୟ ହେବାରୁ ତାକୁ ଡାକ୍ତରଖାନା ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।