ସୁରକ୍ଷା ଦାବିରେ ଶିଶୁଭବନ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

37

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଶିଶୁଭବନରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବିରେ ପିଜି ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି । ଗତକାଲିଠାରୁ କାର୍ଯ୍ୟବନ୍ଦ କରି ଡାକ୍ତରମାନେ ଏହି ଆନ୍ଦୋଳନ କରୁଛନ୍ତି । ସୁରକ୍ଷା ନେଇ କର୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପ୍ରତିବାଦରେ ଡାକ୍ତର ମାନେ ଏହି ପଦକ୍ଷେପ ନେଇଛନ୍ତି । ତେବେ ଯେ ପର୍ଯ୍ୟନ୍ତ ଦାବି ପୁରଣ ହୋଇନାହିଁ ସେଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଡାକ୍ତର ମାନେ  ।

ଏଥି ସହିତ ଏସସିବି ନର୍ସିଂ ଛାତ୍ରୀଙ୍କୁ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଘଟଣା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ