ସେଲଫି ନେଲା କାଳ ! ପୁଣେରେ ଡଙ୍ଗା ଉପରେ ଫଟୋ ଉଠାଇବାବେଳେ ବୁଡିଗଲେ ୧୦ଡାକ୍ତର

47

କନକ ବ୍ୟୁରୋ: ସେଲଫି ନେବାବେଳେ ସତର୍କ ରୁହନ୍ତୁ । ମହାରାଷ୍ଟ୍ରର ପୁଣେରେ ଡଙ୍ଗାରେ ସେଲଫି ନେବାବେଳେ ପାଣିରେ ବୁଡିଯାଇଛନ୍ତି ୧୦ ଡାକ୍ତର । ପୁଣେ ଜିଲ୍ଲାର ଉଜନୀ ଡ୍ୟାମରେ ପିକନିକ କରିବାକୁ ଏହି ଡାକ୍ତରମାନେ ଯାଇଥିଲେ । ଡଙ୍ଗା ଉପରେ ଡାକ୍ତରମାନେ ସେଲଫି ନେବାବେଳେ ୧୦ଜଣ ଡାକ୍ତର ବୁଡିଯାଇଥିଲେ ।

ଏମାନଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିବାବେଳେ ୬ ଜଣ ପହଁରି କୂଳକୁ ଆସିଥିଲେ । ଅନ୍ୟ ଜଣେ ନିଖୋଜ ଡାକ୍ତରଙ୍କ ତଲାସି ଅଭିଯାନ ଜାରି ରହିଛି । ଗତକାଲି ଏହି ୧୦ ଜଣ ଡାକ୍ତର ପିକନିକ କରିବାକୁ ଯାଇଥିଲ । ସମସ୍ତେ ଡଙ୍ଗା ଉପରେ ଠିଆହୋଇ ସେଲଫି ନେବାବେଳେ ଡଂଗା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।