ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା। ବୁର୍ଲା ମେଡିକାଲରୁ ଆସିଲା ଅଭାବନୀୟ ଚିତ୍ର

118

କନକ ବ୍ୟୁରୋ: ମୋବାଇଲ ଟର୍ଚ୍ଚରେ ଚିକିତ୍ସା । ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ମେଡିକାଲରେ । ଗତକାଲି ବେଲପାହାଡରେ ଯବାନମାନେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଭାବେ ବୁର୍ଲା ମେଡିକାଲକୁ ଆସିଥିଲେ । ହେଲେ ଡ୍ରେସିଂ ରୁମ ଗୋଟିଏ ଥିବାରୁ ବାଧ୍ୟ ହୋଇ ଡାକ୍ତର ବେଡ ଉପରେ ଷ୍ଟିଚ୍ କରିଥିଲେ ।

ଲାଇଟ ଅଭାବରୁ ଡାକ୍ତରମାନେ ରୋଗୀଙ୍କ ସଂପର୍କୀୟଙ୍କ ମୋବାଇଲ ଲାଇଟରେ ଷ୍ଟିଚ କରୁଥିବା ଦେଖିବାକୁ ମିଳିଛି । ବୁର୍ଲା ମେଡିକାଲ ସମଗ୍ର ପଶ୍ଚିମ ଓଡିଶା ସମେତ ଛତିଶଗଡ ଲୋକଙ୍କର ଏକମାତ୍ର ଭରସା ଯୋଗ୍ୟ ମେଡିକାଲ ହୋଇଥିବା ବେଳେ ଗୁରୁତର ରୋଗୀଙ୍କୁ ମୋବାଇଲ ଲାଇଟରେ ଚିକିତ୍ସାକୁ ନେଇ ଏବେ ପ୍ରଶ୍ନ ଉଠିଛି । । ହେଲେ ମେଡିକାଲର କାଜୁଆଲଟି ଅବସ୍ଥା ନକହିବା ଭଲ ।