ଅପରେସନ୍ ସମୟରେ କିଡନୀକୁ ଟ୍ୟୁମର ଭାବି କାଢିଦେଲେ ଡାକ୍ତର ତା’ପରେ ମହିଳାଙ୍କ କ’ଣ ହେଲା ଜାଣନ୍ତୁ ।

476

ଆମେରିକାର ଫ୍ଲୋରିଡ଼ାରେ ଏକ ଆଶ୍ଚର‌୍ୟ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଡ଼ାକ୍ତର ଜଣେ ମହିଳାଙ୍କ କିଡନିକୁ ଟ୍ୟୁମର ବୋଲି ଭାବି କାଢ଼ିଦେବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ମହିଳାଜଣଙ୍କ ଅଭିଯୋଗ କରିବା ପରେ ଏବେ ତାଙ୍କୁ ଡ଼ାକ୍ତରଖାନା ତରଫରୁ ୩.୬୨କୋଟି ଜରିମାନା ରାଶି ମିଳିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ୨୦୧୬ରେ ପୀଡ଼ିତା ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ଘରକୁ ଯିବା ପରେ ପୀଡ଼ିତାଙ୍କ ପିଠି ଏବଂ ପେଟରେ ଦରଜ ହେବାରୁ ଏହାର କାରଣ ଜାଣିବା ପାଇଁ ସେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଯାହା ପରେ ତାଙ୍କର ଟ୍ୟୁମର ସମସ୍ୟା ଥିବା ଜଣା ପଡ଼ିଥିଲା । ଏଥିରୁ ମୁକ୍ତି ପାଇବା ପାଇଁ ଅସ୍ତ୍ରୋପଚାର କରିବାର ନିଷ୍ପତ୍ତି ନେଇଥିଲେ ପୀଡ଼ିତା । ଯାହା ପରେ ଡ଼ାକ୍ତର ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । କିନ୍ତୁ ପୀଡ଼ିତାଙ୍କ ରିପୋର୍ଟ ଠିକ୍ ଭାବରେ ନ ପଢ଼ିଥିବାରୁ ଡ଼ାକ୍ତର ଟ୍ୟୁମର ପରିବର୍ତ୍ତେ ସୁସ୍ଥ ଥିବା କିଡ଼ନୀକୁ କାଢ଼ି ଦେଇଥିଲେ । ପରେ ଡ଼ାକ୍ତରଙ୍କ ଭୁଲ ଜଣା ପଡ଼ିବା ପରେ ପୀଡ଼ିତା ଡ଼ାକ୍ତରଖାନା ଉପରେ ଅଭିଯୋଗ ଆଣିଥିଲେ । ଡ଼ାକ୍ତରଖାନା ତରଫରୁ ତାଙ୍କୁ ୩.୬୨କୋଟି ଜରିମାନା ରାଶି ମିଳି ସାରିଥିଲେ ମଧ୍ୟ ଜୀବନ ଥିବା ପର‌୍ୟ୍ୟନ୍ତ ସେ ଗୋଟିଏ କିଡ଼୍ନୀ ସହ ବଞ୍ଚିବେ ବୋଲି ଦୁଃଖପ୍ରକାଶ କରିଥିବା ଜଣା ପଡ଼ିଛି ।