ସମଲିଙ୍ଗୀଙ୍କୁ ଦିଆଯାଉଛି ଯନ୍ତ୍ରଣାଦାୟକ ଚିକିତ୍ସା, ଡାକ୍ତର ଦେଉଛନ୍ତି ଇଲେକ୍ଟ୍ରିକ୍ ସକ୍

ଅନାବଶ୍ୟକୀୟ ହରମୋନାଲ୍ ଏବଂ ସକ୍ ଚିକିତ୍ସା କରୁଛନ୍ତି ଡାକ୍ତର ।

109

ସମଲିଙ୍ଗୀକତାକୁ ‘ଆନୁବଂଶିକ ମାନସିକ ବିକାର’ର ନାମ ଦେଇ ଗେ ଏବଂ ଲେସବିଆନମାନଙ୍କୁ ବିଦ୍ୟୁତ୍ ସକ୍ ଦେଉଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି। ଯଦିଓ ଡକ୍ଟର ପି କେ ଗୁପ୍ତାଙ୍କୁ ଦିଲ୍ଲୀ ମେଡିକାଲ୍ କାଉନସିଲ୍(ଡିଏମସି)ରୁ ନିଲମ୍ବିତ କରାଯାଇଛି, ତଥାପି ବି ସେ ଏପରି ଅଦ୍ଭୁତ ଅଭ୍ୟାସ ଜାରି ରଖିଥିବା ଅଭିଯୋଗ ହୋଇଛି।ଡିଏମସି ପକ୍ଷରୁ ଡାକ୍ତର ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଦିଲ୍ଲୀ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅଭିଯୋଗ ହୋଇଛି ଯେ ସେ ଅନାବଶ୍ୟକୀୟ ହରମୋନାଲ୍ ଏବଂ ସକ୍ ଚିକିତ୍ସା କରୁଛନ୍ତି। ଅଭିଯୋଗରେ କୁହାଯାଇଛି ଯେ ଡିଏମସି ତାଙ୍କୁ ୨୦୧୬ ମସିହାରୁ ନିଲମ୍ବିତ କରିଥିଲେ ବି ସେ ଏବେ ମଧ୍ୟ ନିଜକୁ ଡାକ୍ତର ବୋଲି କହି ଚିକିତ୍ସା ଜାରି ରଖିଛନ୍ତି।

ଏ ସଂପର୍କରେ ମେଟ୍ରୋପଲିଟାଣ୍ଟ୍ ମାଜିଷ୍ଟ୍ରେଟ୍ ଅଭିଳାଷ ମହ୍ଲୋତ୍ରା କହିଛନ୍ତି କି, ‘ ଡାକ୍ତର ଗୁପ୍ତା କରୁଥିବା ଏହି ‘ରୁପାନ୍ତରଣ ଚିକିତ୍ସା’ ଡାକ୍ତରୀ ବିଜ୍ଞାନ କିମ୍ବା ଆଇନ୍ କେହି ହେଲେ ଏହାକୁ ସମର୍ଥନ କରୁନାହାନ୍ତି।’ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହି ‘ରୁପାନ୍ତରଣ ଚିକିତ୍ସା’ ଦ୍ୱାରା ଆଧ୍ୟାତ୍ମିକ ଓ ମନୋବିଜ୍ଞାନର ହସ୍ତକ୍ଷେପକୁ ଉପଯୋଗ କରି କୌଣସି ବି ବ୍ୟକ୍ତିଙ୍କ ଯୌନ ଅଭିବିନ୍ୟାସକୁ ବଦଳାଇବାର ପ୍ରୟାସ କରାଯାଇପାରେ, ଯାହାକି ଡାକ୍ତରୀ ବିଜ୍ଞାନ ଅର୍ନ୍ତଭୂକ୍ତ ନୁହେଁ।