କେନ୍ଦୁଝର ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା । ବିଜୁଳି ଆଲୁଅ ନଥିବାରୁ ମୋବାଇଲ ଲାଇଟରେ ହେଲା ରୋଗୀଙ୍କ ଅପରେସନ୍ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପଠାଇ ଦେଲେ କଟକ

38

କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର । ବିଜୁଳି ଆଲୁଅ ନଥିବାରୁ ମୋବାଇଲ ଲାଇଟରେ ହେଲା ରୋଗୀଙ୍କ ଅପରେସନ୍ । ଆଉ ଯେତେବେଳେ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହେବାରେ ଲାଗି ତାକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ।

କେନ୍ଦୁଝର ବଡବିଲ ଓଏମସି ଗେଷ୍ଟ ହାଉସ୍ ନିକଟରେ ଥିବା ବସ୍ତିରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ । ଫଳରେ ମହିଳାଙ୍କୁ ପ୍ରଥମେ ବଡବିଲ ହସ୍ପିଟାଲ ଓ ପରେ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ହେଲେ ସଦର ହସ୍ପିଟାଲରେ ଲାଇନ୍ ନଥିବାରୁ ବାଧ୍ୟ ହୋଇ ଡାକ୍ତରମାନେ ମହିଳାଙ୍କ ଅପରେସନ ମୋବାଇଲ ଲାଇଟରେ କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡ଼ିକାଲରୁ ସ୍ଥାନାନ୍ତର କରାଯାଇଛି ।