ଡାକ୍ତରଙ୍କୁ କରୋନା । ଓଡିଶାରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ । କଟକ ସିଟି ହସ୍ପିଟାଲର ଡାକ୍ତରଙ୍କ ନମୂନାରେ ଆସିଲା ପଜିଟିଭ

3,808

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ବଡ ଖବର । ଡାକ୍ତରଙ୍କୁ କରୋନା । କରୋନାରେ ଆକ୍ରାନ୍ତ ହେଲେ ଡାକ୍ତର । ରାଜ୍ୟର ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନା ପଜିଟିଭ । ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କ ନମୂନାରେ କରୋନା ପଜିଟିଭ ଆସିଥିଲା ।

ତେବେ କରୋନା ପଜିଟିଭ ସମ୍ପୃକ୍ତ ଡାକ୍ତର ଜଣଙ୍କ କଟକ ସିଟି ହସ୍ପିଟାଲରେ କାମ କରନ୍ତି । ସେ ଶିଶୁ ରୋଗ ବିଶେଷଜ୍ଞ । ତେବେ ତାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ଯେହେତୁ ସେ ଜଣେ ଶିଶୁରୋଗ ବିଶେଷଜ୍ଞ ଥିଲେ ତେଣୁ ସେ କେତେ ଜଣ ପିଲାଙ୍କୁ ଏହି ସମୟ ଭିତରେ ଚିକିତ୍ସା କରିଛନ୍ତି । ବା ତାଙ୍କ ସଂସ୍ପର୍ଶରେ କେହି ଆସିଛନ୍ତି କି ତାହା କଣ୍ଟାକ ଟ୍ରେସିଂ ପରେ ସ୍ପଷ୍ଟ ହେବ । ମାତ୍ର ଆଗ ଧାଡିର କରୋନା ଯୋଦ୍ଧା ଭିତରେ ଆସୁଥିବା ଡାକ୍ତରଙ୍କୁ ପ୍ରଥମ ଥର ପାଇଁ ଓଡିଶାରେ କରୋନା କବଳିତ କରିଛି ।