ରୋଗୀ ମରିଗଲା ବୋଲି ଡାକ୍ତର କାଟିଦେଲେ ନିଜ ତଣ୍ଟି : ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି

27

କନକ ବ୍ୟୁରୋ: ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର । ଏଭଳି ଘଟଣା ଘଟିଛି ବରଗଡ଼ ବାନ୍ଦୁଟିକରା ଅଞ୍ଚଳରେ । ସୂଚନା ମୁତାବକ ଦାନ୍ତ ବିନ୍ଧାର ଚିକିତ୍ସା ପାଇଁ ବରଗଡ଼ ବନବାସପାଲି ଗାଁର ଲବଙ୍ଗ ସାହୁ ନାମକ ଜଣେ ମହିଳା ଡାକ୍ତର ସୁବୋଧ ସାହୁଙ୍କ କ୍ଲିନିକକୁ ଯାଇଥିଲେ । ସେଠାରେ ଡାକ୍ତର ଜଣକ ତାଙ୍କୁ ଏକ ଇଂଜେକସନ ଦେଇଥିଲେ । ସେଠାରେ ହଠାତ୍ ଅଚେତ ହୋଇପଡିଥିଲେ ମହିଳା ରୋଗୀ । ପରେ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାରଙ୍କ ଅଭିଯୋଗ ଯେ, ଭୁଲ ଚିକିତ୍ସା ଯୋଗୁଁ ଲବଙ୍ଗ ସାହୁଙ୍କ ମୃତ୍ୟୁ ହୋଇଛି । ମହିଳା ରୋଗୀଙ୍କ ମୃତ୍ୟୁ ପରେ ସଂପୃକ୍ତ ଡାକ୍ତର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ବରଗଡ଼ ବନବାସପାଲି ଗାଁର ଲବଙ୍ଗ ସାହୁ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ହେବା ପରେ ବାନ୍ଦୁଟିକ୍ରା ଅଂଚଳର ସଂପୃକ୍ତ ଡାକ୍ତର ସୁବୋଧ ସାହୁ ନିଜ କ୍ଲିନିକରେ ପୁଲିସ ସମ୍ମୁଖରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ପ୍ରକୃତରେ ଡାକ୍ତରଙ୍କ ଭୁଲ ଚିକିତ୍ସା ନା ଆଉ କିଛି ରହସ୍ୟ ଅଛି ଏହି ଘଟଣା ପଛରେ । ତାହାର ଖୋଳତାଡ କରୁଛି ପୋଲିସ୍ । କିନ୍ତୁ ଡାକ୍ତର ଜଣକ ନିଜ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା , ବରଗଡ଼ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।