ଡାକ୍ତରଙ୍କ ଦାଦାଗିରି : ଚେକିଂ ପାଇଁ କାର ଅଟକାଇବାରୁ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ କଲେ ଆକ୍ରମଣ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ପୁଣି ଜଣେ ଡାକ୍ତରଙ୍କ ହଙ୍ଗାମା । ଦିନରେ ରକ୍ତ ପରୀକ୍ଷା କରୁଥିବା ଡାକ୍ତରଙ୍କ ରାତିରେ ତାତିଲା ରକ୍ତ । ଗାଡି ଚେକିଂ ଚାଲିଥିବା ବେଳେ ପୁଲିସକୁ ଆକ୍ରମଣ କରିଛନ୍ତି ଡାକ୍ତର ମନୋରଞ୍ଜନ ପ୍ରଧାନ । ଆଉ ଗିରଫ ହେବା ପରେ ଏବେ ଥଣ୍ଡା ହୋଇଛି ତାଙ୍କ ଦିମାଗ୍ ।

ଗତକାଲି ରାତିରେ ହାଇଟେକ୍ ଚରେ ଚାଲିଥିଲା ଚେକିଂ । ଏହି ସମୟରେ ଡାକ୍ତର ମନୋରଞ୍ଜନ ପ୍ରଧାନଙ୍କ ଗାଡିକୁ ଅଟକାଇଥିଲା ପୁଲିସ୍ । ତେବେ ଏଥିରେ ମୁଡ୍ ଖରାପ୍ ହୋଇଗଲା ମନୋରଞ୍ଜନଙ୍କର । ପୁଲିସ୍ ଓ ଡାକ୍ତରଙ୍କ ମଧ୍ୟରେ ଚାଲିଥିଲା ଉଚ୍ଚବାଚ୍ଚ । ଆଉ ଉତକ୍ଷିପ୍ତ ହୋଇ ପୁଲିସ୍ ଉପରକୁ ହାତ ଉଠଇଲେ ଉତ୍ୟକ୍ତ ଡାକ୍ତର । ପୁଲିସ୍ ବି ଖୁବ୍ ଧୁଲାଇ କରିଥିଲା ପ୍ରତିକ୍ରିୟାରେ । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ଡାକ୍ତର ଆଇଆଇସି ଶଶିକାନ୍ତଙ୍କ ପେଟରେ ଏକ ସ୍କ୍ରୁ ଡ୍ରାଇଭର୍ ଭୁଶି ଦେଇଥିଲେ ।

କିଛି ମାସ ଭିତରେ ରାଜଧାନୀ ଦ୍ୱିତୀୟ ଥର ପାଇଁ ଦେଖିଛି ରାଗି ଡାକ୍ତରଙ୍କ ରାଗ । ଏହା ପୂର୍ବରୁ ନୟାପଲ୍ଲୀରେ ହୋମିଓପାଥି ଡାକ୍ତର ବିଶ୍ୱଭୂଷଣ ଦେଖାଇଥିଲେ ନିଜ ବିଶ୍ୱରୂପ । ହଠାତ୍ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇ ମାରି ଦେବାକୁ ଉଦ୍ୟମ କରିଥିଲେ । ଆଉ ଏବେ ଡାକ୍ତର ମନୋରଞ୍ଜନ ପୁଲିସକୁ କରିଛନ୍ତି ଆକ୍ରମଣ ।