ଡାକ୍ତର ହେବ ତ ଏମିତି ! ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ଡାକ୍ତର ଯଜ୍ଞଦତ ରଥ, ପାହାଡ ଚଢି ପ୍ରସୂତିଙ୍କର କଲେ ଚିକିତ୍ସା

29

କନକ ବ୍ୟୁରୋ : ଡାକ୍ତର ହେବ ତ ଏମିତି । ପାହାଡ ଚଢ଼ି ପ୍ରସୂତିଙ୍କ ଚିକିତ୍ସା କଲେ ଡାକ୍ତର ଯଜ୍ଞଦତ ରଥ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧରେ । ସୂଚନା ଅନୁଯାୟୀ ତୁମୁଡିବନ୍ଧ ବ୍ଲକ ସଦର ମହକୁମାଠାରୁ ମାତ୍ର ୩ କିଲୋମିଟର ପଲମ ଗାଁର ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ଆଣିବା ବେଳେ ରାସ୍ତାରେ ହିଁ ଗର୍ଭକଷ୍ଟ ଆରମ୍ଭ ହୋଇଯାଇଥିଲା । ଫଳରେ ସେ ଆଉ ଆଗକୁ ଆସିପାରି ନଥିଲେ ।

ସ୍ଥାନୀୟ ବିଡିଓ ଖବର ପାଇ ଡାକ୍ତରଖାନାରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ଖବର ଦେଇଥିଲେ । ଆଉ ତାପରେ ଡାକ୍ତର ଯଜ୍ଞଦତ ରଥ ଦେବଦୂତ ସାଜି ପାହାଡ ଚଢ଼ି ପ୍ରସୂତିଙ୍କ ନିକଟରେ ପହଁଚିଥିଲେ । ଏବଂ ସେହି ଜଙ୍ଗଲ ରାସ୍ତାକଡରେ ହିଁ ସେ ଗର୍ଭବତୀଙ୍କୁ ପ୍ରସବ କରାଇଥିଲେ । ଉଭୟ ମାଆ ଓ ଶିଶୁଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆଣି ଥିଲେ ଡାକ୍ତର ।