ବରଗଡ ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ରାଜ୍ : ପ୍ରସବ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ କଲେନି ଚିକିତ୍ସା

31

କନକ ବ୍ୟୁରୋ : ବରଗଡ ମୁଖ୍ୟ ଡାକ୍ତରଖାନାରେ ଜଣେ ପ୍ରସୂତିଙ୍କୁ ଡାକ୍ତର ଘରକୁ ଫେରାଇ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରସୂତିଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ଚିକିତ୍ସା ପାଇଁ ନେହୁରା ହୋଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ଅଛି, ବୁର୍ଲା ବଡ ମେଡିକାଲକୁ ନେଇଯାଅ ବୋଲି କହିଥିଲେ ଡାକ୍ତର । ପରେ ପ୍ରସୂତି ଘରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଯାହାକୁ ନେଇ ଡାକ୍ତରଖାନାରେ ଦେଖାଦେଇଥିଲା ଉତେଜନା । ଏହା ସହିତ ଦେଖନ୍ତୁ ଏହି ଭିଡିଓ :