ରାଜ୍ୟ ପାଇଁ ଗୌରବ ଆଣିଲେ ଡ଼ାକ୍ତର ଓମକାର ହୋତା : ୟୁନିସେଫ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଲେ

39

କନକ ବ୍ୟୁରୋ : ରାଜ୍ୟ ପାଇଁ ଗୌରବ ଆଣିଲେ ଡ଼ାକ୍ତର ଓମକାର ହୋତା । ମଦର୍ସ ଡ଼େ ଅବସରରେ ନୂଆ ଦିଲ୍ଲୀ ଠାରେ ୟୁନିସେଫ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ଡ଼ାକ୍ତର ହୋତା । ସେଠାରେ ହୋତା ଆଦିବାସୀ ଅଂଚଳର ନିରାପଦ ମାତୃତ୍ୟ ଉପରେ ଆଲୋଚନା କରିଛନ୍ତି । ଆଦିବାସୀ ଅଂଚଳର ମହିଳାମାନେ ଡ଼ାକ୍ତରଖାନାରେ ପ୍ରସବ କରିବା ସହ ମହିଳା ଶିଶୁଙ୍କର ଟିକାକରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ ଅଭିନେତ୍ରୀ କରିନା କାପୁର ଯୋଗ ଦେଇଥିଲେ । ଓମକାର ହୋତା ଆଦିବାସୀ ବହୁଳ ଅଂଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ କାନ୍ଧରେ ବୋହି ବୋହି ୧୨ କିଲୋମିଟର ଚାଲିଚାଲି ମେଡିକାଲକୁ ନେଇଥିଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ ।