ଡାକ୍ତର ନୁହେଁ ରୋଗୀଙ୍କ ପାଇଁ ଭଗବାନ କିଶୋର ଚନ୍ଦ୍ର ଦାସ : ତେନ୍ତୁଳିଖୁଂଟିରୁ ଭୁବନେଶ୍ୱର ବଦଳିବେଳେ ହଜାର ହଜାର ଲୋକଙ୍କ ଦୁଃଖପୂର୍ଣ୍ଣ ବିଦାୟ

64

କନକ ବ୍ୟୁରୋ : ପେଶାରେ ସେ ଜଣେ ଡାକ୍ତର । କିନ୍ତୁ ନିଜର ଶାନ୍ତ ସ୍ୱଭାବ ଓ ସୁପରିଚାଳନା ତଥା ଉତ୍ତମ ବ୍ୟବହାର ପାଇଁ ସେ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ଥିଲେ ଭଗବାନଙ୍କ ଆଉ ଏକ ରୂପ । ନିଜର ୫ ବର୍ଷର ଚାକିରୀ କାଳରେ ଜିତିପାରିଥିଲେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ । ଆଉ ବଦଳି ପରେ ଏହି ଡାକ୍ତର କିଶୋର ଚନ୍ଦ୍ର ଦାସଙ୍କୁ ଲୋକ ଦେଇଛନ୍ତି ଦୁଃଖଦପୂର୍ଣ୍ଣ ବିଦାୟ । ତେନ୍ତୁଳିଖୁଂଟା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କିଶୋର ଚନ୍ଦ୍ର ଦାସ । କାର୍ଯ୍ୟ ସମୟ ବୋଲି ତାଙ୍କର କିଛି ନଥିଲା ।

ରୋଗୀ ଯେକୌଣସି ସମୟରେ ଡାକ୍ତରଖାନାରେ ପଂହଚିେଲେ ସେ ସେବା ଯୋଗାଇ ଆସୁଥିଲେ । ଏପରି ନିସ୍ୱାର୍ଥ ଡାକ୍ତରଙ୍କୁ ପାଇ ଅଂଚଳବାସୀ ବେଶ୍ ଖୁସି ଥିଲେ । ଡାକ୍ତରଖାନାର ପରିମଳ ବ୍ୟବସ୍ଥା ଉପରେ ନଜର ରଖିବା ସହ ଗର୍ଭବତୀ ମହିଳାଙ୍କ ହଇରାଣ ନହେବା ଲାଗି ଶୀତତାପ କୋଠରୀର ବ୍ୟବସ୍ଥା କରିଥିଲେ । ଏବେ ତାଙ୍କର ଭୁବନେଶ୍ୱର ବଦଳି ହେବା ପରେ ଲୋକେ ତାଙ୍କୁ ଦୁଃଖପୂର୍ଣ୍ଣ ବିଦାୟ ଦେଇଛନ୍ତି ।  ଗତ ୩୧ ତାରିଖରେ ବିଦାୟ ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।