ମାଲିକ ମୁଁହକୁ ଚାଟିଲା କୁକୁର ! କାଟିବାକୁ ପଡିଲା ହାତ ଆଉ ଗୋଡ ।

40

କୁକୁର ଗୋଟିଏ ଏପରି ପଶୁ ଯାହାକୁ ଘରେ ରଖିବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି । କୁକୁର ବିଶ୍ୱାସ ଯୋଗ୍ୟ ପଶୁ ହେବା ସହିତ ନିଜ ମାଲିକ ଏବଂ ପରିବାରର ସୁରକ୍ଷା କରିବଥାଏ । ପୂର୍ବରୁ ମଧ୍ୟ କୁକୁର ତାର ଜୀବନ ଦେଇ ମାଲିକକୁ ବଞ୍ଚାଇବା କଥା ଅନେକ ଶୁଣିବାକୁ ମିଳିଛି । କିନ୍ତୁ ଓି୍ୱସକନସିନ ନାମକ ଏକ ସ୍ଥାନରେ କୁକୁରକୁ ନେଇ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁକୁର ଚାଟିବା କାରଣରୁ ଜଣେ ବ୍ୟକ୍ତିଙ୍କର ହାତ ଗୋଡ କାଟିବାକୁ ପଡିଛି ।

ସୂଚନା ମୁତାବକ, ଓି୍ୱସକନସିନ ନାମକ ଏକ ସ୍ଥାନରେ ବାସ କରୁଥିବା ଗ୍ରେଗ୍ ନାମକ ଜଣେ ବ୍ୟକ୍ତିଙ୍କୁ କୁକୁର ବହୁତ ପସନ୍ଦ । ସେ ଅଧିକାଶଂ ସମୟ କୁକୁରମାନଙ୍କ ସହ ବିତାଇଥାନ୍ତି । କିନ୍ତୁ ଗତ କିଛି ଦିନ ତଳେ ଗ୍ରେଗ୍ଙ୍କ କୁକୁର ତାଙ୍କ ମୁଁହକୁ ଚାଟିଥିଲା । କୁକୁର ଲାଳରେ ଥିବା ବ୍ୟାକ୍ଟେରିଆ ତୁରନ୍ତ ତାଙ୍କ ଶରୀରରେ ପ୍ରବେଶ କରିବା ଫଲରେ ତାଙ୍କ ତାଙ୍କ ହାତ ଏବଂ ଗୋଡରେ ଇନଫେକ୍ସନ ହୋଇଯାଇଥିଲା । ଏବଂ ତାଙ୍କର ହାତ ଓ ଗୋଡ କାଟିବାକୁ ପଡିଥିଲା ।

କୁକୁରଙ୍କ ଲାଳରେ ବ୍ୟାକ୍ଟେରିଆ ଥାନ୍ତି । ଏହି ବ୍ୟାକ୍ଟେରିଆ ମଣିଷ ରକ୍ତରେ ମିଶିଲେ ବହୁତ ବଡ ଇନଫେକ୍ସନ ହୋଇଥାଏ । ଏଥି ସହିତ ମଣିଷ ଶରୀରର ରକ୍ତ ଚାପ ମଧ୍ୟ କମିଯାଇଥାଏ । ରକ୍ତ ଚାପ କମ୍ ହେବା ଫଳରେ ହାତ ଗୋଡ କାମ କରିବା ବନ୍ଦ କରିଦେଇଥାଏ । ଯାହା ଫଳରେ ଇନଫେକ୍ସନ ବଢିଯାଏ ଏବଂ ଗୋଡ ହାତ କାଟିବାକୁ ପଡିଥାଏ । ଠିକ୍ ଏହି ଭଳି କିଛି ଘଟଣା ଗ୍ରେଗଙ୍କ ସହ ଘଟିଥିଲା । କୁକୁର ଲାଳରୁ ଇନଫେକ୍ସନ ହୋଇଯିବା କାରଣରୁ ଗ୍ରେଗଙ୍କ ହାତ ଗୋଡ କାଟିବାକୁ ପଡିଥିଲା ।

ଡାକ୍ତରଙ୍କ କହିବା ଅନୁସାରେ, କୁକୁର ପାଳୁଥିବା ୯୯ ପ୍ରତିଶତ ମାଲିକ ଇନଫେକ୍ସନର ଶିକାର ହୋଇନଥାନ୍ତି । କାରଣ କୁକୁରଙ୍କ ଲାଳରେ ବିଶାକ୍ତ ଜୀବାଣୁ ସହିତ କିଛି ଭଲ ଜୀବାଣୁ ମଧ୍ୟ ଥାନ୍ତି । ଏହି ଜୀବାଣୁ ସମସ୍ତ ଲୋକଙ୍କ ଶରୀର ଉପରେ କୁପ୍ରଭାବ ପକାଇନଥାନ୍ତି । ୧୦୦ ରୁ ୧ ପ୍ରତିଶତ ଲୋକ ଏଭଳି ଇନଫେକ୍ସନର ଶିକାର ହୋଇଥାନ୍ତି ।