ପ୍ରସୂତିକୁ ବୋହିଲେ ଡାକ୍ତର : କାଳିମେଳା ଅଞ୍ଚଳରେ ପୋଲିଓ ଦେବାକୁ ଯାଇଥିବାବେଳେ ମହିଳାଙ୍କୁ ୩୦ କିଲୋମିଟର ବୋହି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଲେ ଡାକ୍ତର

196

କନକ ବ୍ୟୁରୋ : ପୁଣି ମହାନତା ଦେଖାଇଲେ ଡାକ୍ତର  ଓ ତାଙ୍କ ଟିମ୍ । ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଭାର କରି ବୋହି ନେଲେ ହସ୍ପିଟାଲ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି କାଲିମେଳା ଅଂଚଳରୁ । ସୂଚନା ଅନୁଯାୟୀ ରବିବାର ଦିନ ପୋଲିଓ କାର୍ଯ୍ୟକ୍ରମ ପାଇଁ ଡାକ୍ତର ରାଧେଶ୍ୟାମ ଜେନାଙ୍କ ନେତୃତ୍ୱରେ ଏକ ଟିମ କାଲିମେଳା ବ୍ଲକ୍ ଅନ୍ତର୍ଗତ କୋଡିଦୁଲାଗୋନ୍ଦି ଗାଁକୁ ଯାଇଥିଲେ । ସେଠାରେ ପୋଲିଓ ଦେବା ସମୟରେ ଗାଁର ବାରେ ରିନା ମାଁ ନାମକ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ ।

 ଡାକ୍ତର ରାଧେଶ୍ୟାମ ଜେନା ଗାଁରେ ହିଁ ମହିଳାଙ୍କ ପ୍ରସବ କରାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ତାଙ୍କ ଗର୍ଭରେ ଦୁଇଟି ସନ୍ତାନ ଥିବାରୁ ପ୍ରସବ କରାଇବା କଷ୍ଟକର ହୋଇଥିଲା । ତେଣୁ ବାଧ୍ୟ ହୋଇ ଡାକ୍ତର ରାଧେଶ୍ୟାମ ଓ ତାଙ୍କ ସହାୟକ ସୁକାନ୍ତ ସାହୁ ଭାରରେ ଦୀର୍ଘ ୩୦ କିଲୋମିଟର ପାହାଡ ଜଙ୍ଗଲ ଡେଇଁ କାଲିମେଳା ଗୋଷ୍ଠୀକୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତରଙ୍କ ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଉଛି ।