ଡାକ୍ତରଙ୍କ ଅଦ୍ଭୁତ କାରନାମା : ଦିନରେ ଦେଖୁଥିଲେ ରୋଗୀ ଓ ରାତିରେ କରୁଥିଲେ ଚୋରି

49

ଗୁଜରାଟର ଅହମଦାବାଦରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି । ଏଠି ଜଣେ ଡାକ୍ତର ଧରାପଡିଛନ୍ତି । ସେ ଦିନରେ ରୋଗୀ ଦେଖୁଥିଲେ ଓ ରାତିରେ ଚୋରି କରୁଥିଲେ । ଏହି କାମ ଗତ ୪ ବର୍ଷ ଧରି ଚାଲୁଥିଲା । ଏହି ସମୟରେ ସେ ୩୫୦ରୁ ବି ଅଧିକ କାର ଚୋରି କରି ବିକ୍ରିି କରିସାରିଛନ୍ତି । ସେ କାର ଗୁଡିକୁ ଅହମଦାବାଦରୁ ଚୋରି କରି ରାଜକୋଟରେ ବିକ୍ରି କରି ଦେଉଥିଲେ । ଏହି ମାମଲାର ଖୁଲାସା ସେତେବେଳେ ହେଲା ଯେତେବେଳେ ଅଭିଯୁକ୍ତ ଅରବିନ୍ଦ ପଟେଲକୁ ଗିରଫ କରାଗଲା । ଅରବିନ୍ଦଙ୍କ କହିବାନୁସାରେ ସେ ଏହି କାମ ନିଜ ବଡ ଭାଇ ଡା. ହରେଶ ସହିତ ମିଶିକି କରୁଥିଲେ । ହରେଶ ଜଣେ ବିଏଏମଏସ୍ ଡାକ୍ତର ଓ ବାବଣା ତହସିଲର ବଲଦାଣା ଗାଁରେ ଔଷଧ ଦୋକାନ ଚଲାନ୍ତି ।

ପୁଲିସ ଅନୁସନ୍ଧାନରେ ସେମାନେ କହିଲେ କି ଯେଉଁ କାର ଚୋରି କରୁଥିଲେ, ତା’ ପାଖରେ ନିଜ ଗାଡି ଛିଡା କରି ଦେଉଥିଲେ । ଜଣେ ଭାଇ କାରରେ ଓ ଆଉ ଜଣେ ନକଲି ଚାବିରେ ଚୋରି କରୁଥିବା କାର୍ ର ଲକ୍ ଖୋଲୁଥିଲେ । ପୁଣି କାର ନେଇ ବାବଣା ପାର୍କିଙ୍ଗ କମ୍ପେ୍ଲକ୍ସରେ ଛାଡି ଦେଉଥିଲେ । ରାଜକୋଟରେ ତାଙ୍କର ସାଥୀ ତାହିର ଅନୱର ଭାଇ ତ୍ରିବେଦୀ ଓ ସଲିମ୍ ହବିବ୍ ଶେଖଙ୍କୁ ବିକ୍ରି କରି ଦେଉଥିଲେ । ପୁଲିସ ସେ ଦୁହିଁଙ୍କୁ ବି ଗିରଫ କରିନେଇଛି । ପୁଲିସ୍ ଏମାନଙ୍କୁ ପାଖରୁ ୨୮ଟି କାର ସହିତ ମୋଟ ୪ ଲକ୍ଷର ମାଲ ଜବତ କରିଛି । ପୁଲିସ୍ ମୁତାବକ, ଅରବିନ୍ଦ ଓ ହରେଶ ଉଭୟ ପୂର୍ବରୁ ବି ଥରେ ଗିରଫ ହୋଇସାରିଛନ୍ତି । ସେତେବେଳେ ପୁଲିସ୍ ତାଙ୍କୁ ନକଲି ନୋଟ୍ ରଖିବା ମାମଲାରେ ଧରିଥିଲା । ଏଥିପାଇଁ ୪ ବର୍ଷ ଜେଲ୍ ଦଣ୍ଡ ବି ଭୋଗିଛନ୍ତି ।