ଅପରେସନ ଥିଏଟରରେ ନର୍ସକୁ କିସ କଲେ ଡାକ୍ତର, ଭାଇରାଲ ହେଲା ଭିଡିଓ

546

ଅପରେସନ ଥିଏଟରରେ ମହଙ୍ଗା ପଡିଲା ପ୍ରେମ । ନର୍ସଙ୍କୁ କିସ କରି ଫସିଛନ୍ତି ଡାକ୍ତର । ମଧ୍ୟପ୍ରଦେଶ ଉଜ୍ଜୟିନୀରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଠାକାର ଜିଲ୍ଲା ଡାକ୍ତରଖାନାରେ ଡାକ୍ତର ଓ ନର୍ସ ଚୁମ୍ବନ ଦେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏ ନେଇ ଚର୍ଚ୍ଚା ଜୋର ଧରିବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅପରେସନ ଥିଏଟରରେ ଏହି ଭିଡିଓ ହୋଇଥିବା ଜଣାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହା ପରେ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉଜ୍ଜୟିନୀର ମୁଖ୍ୟ ଚିକିତ୍ସା ଅଧିକାରୀ । ଅପରେସନ ଥିଏଟରର ଏହି ଦୃଶ୍ୟ ଭାଇରାଲ ହେବା ପରେ ମଧ୍ୟ ସଂପୃକ୍ତ ନର୍ସଙ୍କୁ ପଚରାଉଚରା କରାଯାଉଛି । କିନ୍ତୁ ପୋଲିସ ନିକଟରେ କୌଣସି ଏଫଆଇର ଦାୟର ହୋଇନାହିଁ ।

ଏହି ଭିଡିଓଟି ଜିଲ୍ଲା ହସପିଟାଲର ଅପରେସନ୍ ଥିଏଟରରେ ହୋଇଥିବା ଜଣାପଡୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାଲବୀୟଙ୍କୁ ଭିଡିଓ ଅପରେସନ ଥିଏଟରରେ କରାଯାଇଥିବା ପ୍ରଶ୍ନ କରାଯିବାରୁ ସେ ଏ ବିଷୟରେ ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ପୁଲିସ ଅନୁସାରେ, ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନି ।