ପରକୀୟା ପ୍ରୀତିରେ ଡାକ୍ତରବାବୁ ! ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ ।

120

ଡାକ୍ତରଙ୍କ ବିରୋଧରେ ସ୍ତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତା ପୁଣି ପରକୀୟା ପ୍ରୀତି ଅଭିଯୋଗ । ଘରେ ସ୍ତ୍ରୀ ପିଲା ଥାଇ ମଧ୍ୟ କଟକର ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଆୟୁସ୍ ଡାକ୍ତର ଚିନ୍ମୟ କୁମାର ସାହୁ ଜଣେ ନର୍ସଙ୍କ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ ବିରୋଧରେ ନ୍ୟାୟ ପାଇଁ ଡାକ୍ତରଙ୍କ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏହା ଏକ ଅବିଶ୍ୱସନୀୟ ଅଥଚ ସତ କାହାଣୀ । ବିବାହିତା ସ୍ତ୍ରୀକୁ ଚିହ୍ନିବାକୁ ନାରାଜ ଲମ୍ପଟ ଡାକ୍ତର ସ୍ୱାମୀ । ଘରେ ସ୍ତ୍ରୀ ଓ ଗୋଟିଏ ପିଲା ଥିବା ବେଳେ ଡାକ୍ତରବାବୁ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଲୁଚି ଏକ ଭଡା ଘରେ ରହୁଥିବା ବେଳେ ସ୍ତ୍ରୀଙ୍କ ହାବୁଡରେ ପଡିଯାଇଛନ୍ତି ।

୨୦୧୩ ମସିହାରେ କଟକ ମାତା ମଠ ଅଂଚଳର ସ୍ୱର୍ଣ୍ଣଲତା ମହାନ୍ତିଙ୍କୁ ଡାକ୍ତର ଚିନ୍ମୟ କୁମାର ସାହୁ ବିବାହ କରିଥିଲେ । ଡାକ୍ତର ଚିନ୍ମୟ କଟକର ଏକ ଘରୋଇ ହସ୍ପିଟାଲରେ ଆନାସ୍ଥେସିଆ ବିଭାଗରେ କାମ କରୁଥିବା  ବେଳେ ଜଣେ ନର୍ସଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସ୍ୱାମୀଙ୍କ ବିରୋଧରେ ନ୍ୟାୟ ପାଇଁ ସସ୍ମିତା ମହିଳା ଥାନା ଓ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କଟକ ଡିସିପିଙ୍କୁ ଭେଟିଛନ୍ତି । ଡିସିପି ତାଙ୍କ ଠାରୁ ପୁରା ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ପ୍ରମାଣ ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି  । ଡାକ୍ତର ସ୍ୱାମୀଙ୍କ ଅନୈତିକ ସଂର୍ପକ ଧରାପଡିବା ପରେ ଏବେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ସ୍ତ୍ରୀ ।