ଭାରତରେ ମୁଦ୍ରାର ଆକାର କାହିଁକି କମି କମି ଯାଉଛି ? ଜାଣନ୍ତୁ ଏହାର କାରଣ

22

ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ ଆରବିଆଇ ଭାରତର ମୁଦ୍ରା ସଂସ୍ଥା ଅଟେ । ଆରବିଆଇ ନୂଆ ନୋଟ ଗୁଡିକର ପ୍ରିଣ୍ଟ କରିବାର କାମ ବି କରେ, ଯାହା ସମଗ୍ର ଦେଶରେ ବ୍ୟାପ୍ତ କରାଯାଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆରବିଆଇ ଏକ ଟଙ୍କିଆ ନୋଟକୁ ଛାଡି ସମସ୍ତ ନୋଟ ଛାପିବା କାମ କରେ, କିନ୍ତୁ ଏକ ଟଙ୍କିଆ ନୋଟ ଛାପିବା ଓ ମୁଦ୍ରାର ଢ଼ଳେଇ କରିବା କାମ ଭାରତର ବିତ୍ତୀୟ ମନ୍ତ୍ରାଳୟ ଉପରେ ନ୍ୟସ୍ତ ।
ଭାରତରେ ଏହି ସ୍ଥାନରେ ହୁଏ ମୁଦ୍ରାର ଢ଼ଳେଇ କାମ :

୧. ମୁମ୍ବାଇ

୨. କୋଲକାତା

୩. ହାଇଦ୍ରାବାଦ

୪. ନୋଏଡା

ମୁମ୍ବାଇ ଓ କୋଲକାତା ଢ଼ଳେଇ କାରଖାନାର ସ୍ଥାପନା ଇଂରେଜ ମାନେ ୧୮୨୯ରେ କରିଥିଲେ । ହାଇଦ୍ରାବାଦର ଢ଼ଳେଇ କାରଖାନା ୧୯୦୩ରେ ସ୍ଥାପନ କରାଯାଇଥିଲା, ଯାହାକୁ ବର୍ଷ ୧୯୫୦ରେ ଭାରତ ସରକାର ନିଜ ଅଧିନକୁ ଆଣିଥିଲେ ଓ ବର୍ଷ ୧୯୫୩ରେ ମୁଦ୍ରା ଢ଼ଳେଇ କରିବା ଆରମ୍ଭ କରିଥିଲେ । ଏହାପରେ ବର୍ଷ ୧୯୮୬ରେ ଶେଷ ଢ଼ଳେଇ କାରଖାନାର ସ୍ଥାପନା ନୋଏଡାରେ ଆରମ୍ଭ କରାଯାଇଥିଲା ।

ଏଠି ପ୍ରଶ୍ନ ଉଠୁଛି ଯେ ମୁଦ୍ରାର ଆକାର ଧିରେ ଧିରେ ଛୋଟ କାହିଁକି ହୋଇଯାଉଛି ? ଯେତେବେଳେ ଭାରତ ସରକାରଙ୍କ ପାଖରେ ମୁଦ୍ରା ଢ଼ଳେଇ କରିବାର ଯନ୍ତ୍ର କମ ଥିଲା, ସେତେବେଳେ କୈାଣସି ବିଦେଶୀ ଢ଼ଳେଇ କାରଖାନାରେ ଭାରତୀୟ ମୁଦ୍ରା ଢ଼ଳେଇ ହେଉଥିଲା ଏବଂ ପରେ ତାହା ରପ୍ତାନୀ ହେଉଥିଲା । ବର୍ଷ ୧୮୫୭-୫୮, ୧୯୪୩, ୧୯୮୫, ୧୯୯୭-୨୦୦୨ ସମୟରେ ଭାରତ ମୁଦ୍ରା ଆମଦାନୀ କରିଥିଲା । ଏହି ସମୟରେ ତମ୍ବା ଓ ନିକେଲର ମୁଦ୍ରା ତିଆରି ହେଉଥିଲା । ବର୍ଷ ୨୦୦୨ ପରେ ଯେବେ ତମ୍ବା ଓ ନିକେଲର ମୂଲ୍ୟ ବୃଦ୍ଧି ହେଲା, ତେବେ ମୁଦ୍ରାଗୁଡିକରେ ମୂଲ୍ୟ ମଧ୍ୟ ବଢ଼ିଲା । ଏହାପରେ ଫେରିଟିକ ଷ୍ଟେନଲେସ ଷ୍ଟିଲର ବ୍ୟବହାର ହେଲା ଏବଂ ଏବେ ଏହି ଧାତୁରେ ମୁଦ୍ରା ତିଆରି ହୁଏ । ଏଥିରେ ୧୭% କ୍ରୋମିୟମ ଏ୧ବଂ ୮୩% ଲୈାହ ଥାଏ ।
ମୁଦ୍ରାର ଆକାର ଛୋଟ କାହିଁକି ହେଉଛି ?

ପ୍ରକୃତରେ ମୁଦ୍ରାର ଦୁଇଟି ମୂଲ୍ୟ ଥାଏ, ଗୋଟିଏ ମୁଦ୍ରାର ‘ଫେସ ଭେଲ୍ୟୁ’ ଓ ଅନ୍ୟଟି ତାର ‘ମେଟାଲିକ ଭେଲ୍ୟୁ’ । ମୁଦ୍ରାର ମେଟାଲିକ ଭେଲ୍ୟୁ(ମୁଦ୍ରା ତିଆରି ହେଉଥିବା ଧାତୁକୁ ତରଳାଇ କି ବିକ୍ରି କଲେ ମାର୍କେଟରେ ମିଳୁଥିବା ମୂଲ୍ୟ), ଫେସ ଭେଲ୍୍ୟୁ( ମୁଦ୍ରାର ଆଗପଟେ ଲେଖା ହୋଇଥିବା ମୂଲ୍ୟ) ଠାରୁ ଅଧିକ । ସେଥିପାଇଁ ମ୍ରୁଦ୍ରାର ଆକାର ଦିନକୁ ଦିନ ଛୋଟ ହୋଇଯାଉଛି ଓ ଶସ୍ତା ଧାତୁର ବ୍ୟବହାର କରାଯାଉଛି ।

Comments are closed.