ଡାକ୍ତରମାନେ ପ୍ରେସକ୍ରିପସନରେ କାହିଁକି ଲେଖନ୍ତି ଖରାପ ଲେଖା ? ଜାଣନ୍ତୁ ଏହାର କାରଣ

49

ଆପଣ ଡାକ୍ତରଙ୍କ ପାଖକୁ ଯାଇଥିଲେ ନିଶ୍ଚୟ ଧ୍ୟାନ ଦେଇଥିବେ ସେମାନେ ଲେଖିଥିବା ପ୍ରେସକ୍ରିପସନର ଲେଖା ପଢ଼ିବା ଭାରି ମୁସ୍କିଲ । ଆଉ ପ୍ରାୟ ସମସ୍ତ ଡାକ୍ତର ହିଁ ଏପରି ଖରାପ ଲେଖା ଲେଖନ୍ତି । ସାଧାରଣ ଲୋକମାନେ ପ୍ରାୟ ସମସ୍ତ ଡାକ୍ତରଙ୍କ ଲେଖା ବୁଝିପାରନ୍ତି ନାହିଁ । ଆପଣ ମାନେ ଦେଖିଥିବେ ପ୍ରାୟ ସବୁ ଡାକ୍ତର ଏପରି କରନ୍ତି । ଆପଣ ଚିନ୍ତା କରୁଥିବେ ଏତେ ପାଠ ପଢ଼ିବା ସତ୍ୱେ ଡାକ୍ତରଙ୍କମାନେ ଏତେ ଖରାପ ଲେଖା ଲେଖନ୍ତି କାହିଁକି ? ସେମାନେ ଚାହିଁଲେ ଭଲ ଲେଖା ମଧ୍ୟ ଲେଖିପାରନ୍ତେ । ଆଉ ଏହି କଥାକୁ ନେଇ ସବୁବେଳେ ଡାକ୍ତରମାନଙ୍କୁ ସମାଲୋଚନା ମଧ୍ୟ କରାଯାଏ । କିନ୍ତୁ ଆପଣ ବି ସତ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ଡାକ୍ତରମାନେ ଖରାପ ଲେଖା କାହିଁକି ଲେଖନ୍ତି ?

ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେତବେଳେ ଡାକ୍ତରମାନେ ପ୍ରେସକ୍ରିିପସନ ଲେଖନ୍ତି, ଏତେ ଅଜବ ଲେଖା ଲେଖନ୍ତି ଯେ ସାଧାରଣ ଲୋକେ ବିଲକୁଲ ବୁଝିପାରନ୍ତି ନାହିଁ । ଲେଖା ତ ବହୁ ଦୂରର କଥା ଗୋଟିଏ ବି ଅକ୍ଷର ଚିହ୍ନିବା ମୁସ୍କିଲ ହୋଇଯାଏ । ଅଧ୍ୟୟନରୁ ଜଣାପଡ଼ିଛି ଏହା ପଛରେ କୌଣସି ବଡ଼ କାରଣ ନାହିଁ । ଆପଣମାନେ ସମସ୍ତେ ଜାଣନ୍ତି ଡାକ୍ତର ହେବା ପାଇଁ କେତ ପାଠ ପଢ଼ିବା ପାଇଁ ପଡ଼େ । ବହୁତ ପରିଶ୍ରମ କରନ୍ତି ସେମାନେ । ଆଉ ଖୁବ୍ କମ୍ ସମୟରେ ହିଁ ବହୁତ କିଛି ବିଷୟରେ ପରୀକ୍ଷା ଦେବାକୁ ପଡ଼େ । ଏଥିପାଇଁ ସମୟ ସଞ୍ଚୟ ପାଇଁ ଡାକ୍ତରମାନେ ଶୀଘ୍ର ଶୀଘ୍ର ଲେଖନ୍ତି । ଏହି କାରଣରୁ ହିଁ ତାଙ୍କ ଲେଖା ଏପରି ହୋଇଯାଏ । ଏହି ଅଧ୍ୟୟନରେ କିଛି ଡାକ୍ତରଙ୍କୁ ସାମିଲ କରାଯାଇଥିଲା । ତେବେ ସେମାନେଙ୍କ ମତରେ ଆପଣମାନେ ମଧ୍ୟ ଯଦି ଶୀଘ୍ର ଶୀଘ୍ର ଲେଖିବା ପାଇଁ ଚେଷ୍ଟା କରନ୍ତି, ତେବେ ଆପଣଙ୍କ ଅକ୍ଷର ମଧ୍ୟ ସେପରି ହୋଇଯିବ ।

କୁହାଯାଏ ପ୍ରତିବର୍ଷ ପ୍ରାୟ ୭ ହଜାର ଲୋକଙ୍କ ମୃତ୍ୟୁ ଡାକ୍ତରଙ୍କ ଖରାପ ପ୍ରେସକ୍ରିପସନ ଲେଖା ଯୋଗୁଁ ହୋଇଥାଏ । କାରଣ ବେଳେ ବେଳ ଡାକ୍ତର ଯାହା ଲେଖନ୍ତି ମେଡ଼ିକାଲ ଷ୍ଟୋରର ଲୋକମାନେ ମଧ୍ୟ ବୁଝିପାରନ୍ତି ନାହିଁ । ସେମାନେ କେବଳ ପ୍ରେସକ୍ରିପସନରେ ଲେଖାହୋଇଥିବା ପ୍ରଥମ ଅକ୍ଷରକୁ ଦେଖି ଔଷଧ ନିଅନ୍ତି, ଯାହା ବହୁତ ଖରାପ ।