ଟିକେଟ ହଜିଯାଇଥିଲେ ମଧ୍ୟ ଟ୍ରେନରେ କରିପାରିବେ ଯାତ୍ରା ! ଜାଣନ୍ତୁ ରେଳବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ

114

ଭାରତର ଅଧିକାଂଶ ଲୋକ ଟ୍ରେନ ଯାତ୍ରା ଉପରେ ନିର୍ଭରଶୀଳ । ଭାରତରେ ଯାତାୟତର ଏକ ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ । ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁ୍ଥାନ୍ତି ତେବେ ରେଳବିଭାଗର କିଛି ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଅଧିକାଂଶ ରେଳଯାତ୍ରୀ ନିୟମ ଜାଣିନଥିବାରୁ ଅନେକ ସମୟରେ ହଇରାଣ ହୋଇଥାନ୍ତି । କିନ୍ତୁ ରେଳ ବିଭାଗର ଏପରି କିଛି ନିୟମ ରହିଛି ଯାହା ଯାତ୍ରୀ ମାନେ ଜାଣିବା ଆବଶ୍ୟକ । ତେବେ ରେଳବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଆସନ୍ତୁ ଜାଣିବା ।

ticket-collectorଟ୍ରେନ ମିସ ହେଲେ : ଯଦି ଆପଣ ଟ୍ରେନରେ ଯାତ୍ରା କରିବା ପାଇଁ ସଂରକ୍ଷିତ ବଗିରେ ଟିକେଟ କରିଥାନ୍ତି ଏବଂ କିନ୍ତୁ ଟ୍ରେନ ମିସ କରିବା ଯୋଗୁଁ ଯାତ୍ରା କରି ନ ପାରନ୍ତି ତେବେ ନିୟମ ଅନୁଯାୟୀ ଟିଟିଇ ଆଗାମୀ ଦୁଇଟି ଷ୍ଟେସନ ପର୍ଯ୍ୟନ୍ତ ଏହି ସିଟକୁ କାହାକୁ ପ୍ରଦାନ କରି ପାରିବେ ନାହିଁ । ଯଦି ଟ୍ରେନ ମିସ ହୋଇଯାଇଥାଏ ତେବେ ଆଗାମୀ ଷ୍ଟେସନରୁ ମଧ୍ୟ ଯାତ୍ରା କରି ପାରିବେ । କିନ୍ତୁ ଟ୍ରେନ ମିସ ହେବାର ଦୁଇଟି ଷ୍ଟେସନ ପାର ହେବା ପରେ ଟିଟିଇ ଆପଣଙ୍କ ସିଟକୁ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ପ୍ରଦାନ କରିପାରିବେ ।

ତେବେ ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟ୍ରେନ ମିସ କରୁଥିବା ଯାତ୍ରୀ ଟିଡିଆର ଫାଇଲ କରିପାରିବେ । ଏହାଦ୍ୱାରା ଟିକେଟର ବେସ ପ୍ରାଇସର ୫୦ ପ୍ରତିଶତ ଟଙ୍କା ଫେରିପାଇବେ ଯାତ୍ରୀ । ଯଦି ୨୦୦ କିମି ଭିତରେ ଯାତ୍ରା କରିବାକୁ ଟିକେଟ କାଟିଥାନ୍ତି କିନ୍ତୁ କୌଣସି କାରଣବସତଃ ଟ୍ରେନ ମିସ ହୋଇଥାଏ ତେବେ ବୋର୍ଡିଙ୍ଗ ଷ୍ଟେସନରୁ ଟ୍ରେନ ଛାଡିବାର ତିନି ଘଣ୍ଟା ମଧ୍ୟରେ ଟିକେଟ ବାତିଲ କରିବା ପାଇଁ ଆପ୍ଲାଇ କରିବା ଦ୍ୱାରା ଟଙ୍କା ରିଫଣ୍ଡ ପାଇପାରିବେ । ସେହିଭଳି ୨୦୦ରୁ ୫୦୦ କିମି ଯାତ୍ରା ସମୟରେ ୬ ଘଣ୍ଟା ମଧ୍ୟରେ ଟିକେଟ ବାତିଲ ଓ ୫୦୦ରୁ ଅଧିକ କି.ମି ଯାତ୍ରା କରିବା ପୂର୍ବରୁ ଟ୍ରେନ ମିସ କରୁଥିଲେ ୧୨ ଘଣ୍ଟା ମଧ୍ୟରେ ଟିକେଟ ବାତିଲ କରିବା ପାଇଁ ଆପ୍ଲାଇ କରିବା ଦ୍ୱାରା ଟଙ୍କା ଫେରସ୍ତ ହୋଇଥାଏ ।

trainଟିକେଟ ହଜିଗଲେ : ଯାତ୍ରା କରିବା ପୂର୍ବରୁ ଯଦି ଟିକେଟ ହଜି ଯାଇଥାଏ ତେବେ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଟିକେଟ ହଜିଗଲେ ମଧ୍ୟ ଆପଣ ଟ୍ରେନରେ ଯାତ୍ରା କରି ପାରିବେ । ତେବେ ଏଥିପାଇଁ ଯାତ୍ରୀଙ୍କୁ କିଛି ରେଳବିଭାଗର କିଛି ନିୟମ ପାଳନ କରିବାକୁ ପଡିବ । ଟିକେଟ ହଜି ଯାଇଥିଲେ, ବୋର୍ଡିଙ୍ଗ ଷ୍ଟେସନରେ ଚିଫ୍ ରିଜର୍ରଭେସନ ସୁପରଭାଇଜରଙ୍କୁ ଆଉ ଏକ ଟିକେଟ ଇସ୍ୟୁ କରିବା ପାଇଁ ଦରଖାସ୍ତ ଦେବାକୁ ପଡିବ । ଏହାବାଦ ପରିଚୟପତ୍ର ଓ ଫଟୋକପି ମଧ୍ୟ ଯାତ୍ରୀଙ୍କୁ ଦେବାକୁ ପଡିଥାଏ । ତେବେ ଯାତ୍ରା ଆରମ୍ଭ କରିବାର ୨୪ ଘଣ୍ଟା ପୂର୍ବରୁ ଆପଣଙ୍କୁ ଏହି ଦରଖାସ୍ତ ଦେବାକୁ ପଡିବ । ଦରଖାସ୍ତ ଯାଞ୍ଚ ହେବା ପରେ ଅଳ୍ପକିଛି ଟଙ୍କା ନେଇ ଆପଣଙ୍କ ନାମରେ ଆଉ ଏକ ଟିକେଟ ଇସ୍ୟୁ କରାଯାଇଥାଏ ।

ଯାତ୍ରା ସମୟରେ ଗନ୍ତବ୍ୟସ୍ଥଳ ମଧ୍ୟ ବଦଳାଇପାରିବେ : କୌଣସି କାରଣବସତଃ ଯଦି ଆପଣ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଟିକେଟ ନ କରି ତାହାର ପୂବେ ଷ୍ଟେସନ ପର୍ଯ୍ୟନ୍ତ ଟିକେଟ ବୁକିଂ କରିଛନ୍ତି । ତେବେ ଏଥିପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ । ଯାତ୍ରା ସମୟରେ ମଧ୍ୟ ଟିଟିଇଙ୍କ ଜରିଆରେ ଆପଣଙ୍କ ଗନ୍ତବ୍ୟସ୍ଥଳ ପଯ୍ୟନ୍ତ ଟିକେଟ ବୁକ୍ କରିପାରିବେ । ଏଥିପାଇଁ ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ । ଟଟିଇଙ୍କ ଦ୍ୱାରା ଟିକେଟ ଇସ୍ୟୁ ହେବା ପରେ ଆପଣଙ୍କୁ ଏକ ନୂଆ ବଗି ଆଲର୍ଟ କରାଯିବ ।

ଭୁସ୍ପଳନ, ବନ୍ୟା, ଭୁମିକମ୍ପ କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନ ଚଳାଚଳ ବନ୍ଦ ହୋଇଯାଏ ତେବେ ଯାତ୍ରୀଙ୍କୁ ରେଳବିଭାଗ ପକ୍ଷରୁ ଟିକେଟର ପୂରା ମୂଲ୍ୟ ମିଳିଥାଏ । ଏଥିପାଇଁ ଷ୍ଟେସନ ମାଷ୍ଟରଙ୍କୁ ଯାତ୍ରୀ ମାନେ ଟିକେଟ ଦେଇଦେବା ଆବଶ୍ୟକ । ଯାହାଦ୍ୱାରା ଟିକେଟର ପୂରା ମୂଲ୍ୟ ଆପଣ ପାଇପାରିବେ ।