ଭୁଲରେ ବି ଏହି ପରିବାକୁ ଫ୍ରିଜରେ ରଖନ୍ତୁ ନାହିଁ ! ସର୍ଭେରୁ ଆସିଲା ଚମକାଇଦେଲା ଭଳି ସତ ।

157

ରୋଷେଇଶାଳରେ ଫ୍ରିଜ୍ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଖାଦ୍ୟକୁ ନଷ୍ଟ ହେବାରୁ ବଞ୍ଚାଉଥିବା ଏହି ଗ୍ୟାଜେଟ୍ ଯେତିକି ଲାଭଦାୟକ ସେତିକି ହାନିକାରକ । ତେବେ ପରିବା ଭିତରେ ଆଳୁ ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ପରିବା । ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଷ୍ଟାର୍ଚ ଆଳୁକୁ ମିଠା କରିଦେଇଥାଏ । ତେବେ ଏହି ଚିନି ଭଳି ଲାଗୁଥିବା ଆଳୁ ପରବର୍ତ୍ତୀ ସମୟରେ ଏକ ବିଷାକ୍ତ ରାସାୟନିକ ପଦାର୍ଥ ହୋଇଯାଏ । ଏହି ଆଳୁକୁ ଖାଇବା ଦ୍ୱାରା ଶରୀର ବିଭିନ୍ନ କ୍ୟାନ୍ସରର ଆକ୍ରୋଶରେ ଚାଲି ଆସିଥାଏ ।

ଫୁଡ୍ ଷ୍ଟାଣ୍ଡାର୍ଡ ଏଜେନ୍ସି ଦ୍ୱାରା କରାଯାଇଥିବା ଏକ ଷ୍ଟଡି ମୁତାବକ,ଫ୍ରିଜରେ ରଖାଯାଇଥିବା ଆଳୁକୁ ଯେତେବେଳେ ରନ୍ଧାଯାଇଥାଏ ସେତେବେଳେ ଆଳୁରେ ଥିବା ଏମିନୋ ଏସିଡ୍ ରେ ଏହି ଚିନି ଭଳି ଦ୍ରବ୍ୟ ମିଶିଯାଇ ଏକ୍ରାଇଲାମାଇଡ୍ ନାମକ ଏକ କେମିକାଲ୍ ଉତ୍ପନ୍ନ କରିଥାଏ । ଆମେରିକାନ୍ କ୍ୟାନ୍ସର ସୋସାଇଟି ମତରେ ଯେଉଁ ଖାଦ୍ୟ ପଦାର୍ଥରେ ଷ୍ଟାର୍ଚ ଭଳି ପଦାର୍ଥ ଦେଖିବାକୁ ମିଳେ ତାହାକୁ ଫ୍ରାଏ କିମ୍ବା ରୋଷ୍ଟ କଲେ ତାହା ଉଚ୍ଚ ତାପମାନ ସଂପର୍କରେ ଆସିଥାଏ । ଏହା ଏକ୍ରାଇଲାମାଇଡ୍ କେମିକାଲ୍ ସଂସ୍ପର୍ଶରେ ଆସିଥାଏ । ଏହି କେମିକାଲ୍ ର ବ୍ୟବହାର ପେପର୍ ତିଆରି କରିବା,ପ୍ଲାଷ୍ଟିକ ପ୍ରସ୍ତୁତ କରିବା ଏବଂ କପଡାକୁ ଡାଇ କରିବାରେ ବ୍ୟବହାର କରାଯାଇଥାଏ । ଏହାକୁ ୨୦୦୨ ମସିହାରେ ପରୀକ୍ଷା କରାଯାଇଥିଲା ଏବଂ ଏହାପରେ ମଧ୍ୟ କେତେକ ପରୀକ୍ଷା କରାଯାଇଛି ଯେଉଁଥିରୁ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ ଉଚ୍ଚତାପରେ ଏଭଳି ପରିବାକୁ ଖାଉଥିବା ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କ୍ୟାନ୍ସରର ଲକ୍ଷଣ ଦେଖାଦେଇଛି । ଏହି ସର୍ଭେରୁ ଜଣାପଡୁଛି ଯେ ଆଳୁକୁ ଫ୍ରିଜରେ ନରଖି କୌଣସି ଶୁଖିଲା ସ୍ଥାନରେ ସାମାନ୍ୟ ତାପମାନରେ ରଖିବା ଆବଶ୍ୟକ । ଏକ୍ସପର୍ଟଙ୍କ କହିବାନୁସାର ଆଳୁକୁ ରାନ୍ଧିବା ପୂର୍ବରୁ ଏହାର ଚୋପାକୁ କାଟି ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ପାଣିରେ ଭିଜେଇ ରଖିବା ଦରକାର । ଏଭଳି କରିବା ଦ୍ୱାରା ଆଳୁରେ ଏକ୍ରାଇଲାମାଇଡ୍ କେମିକାଲ୍ ପ୍ରସ୍ତୁତ ହେବାର ଆଶଙ୍କା କମ୍ ହୋଇଥାଏ ।