ଆଜିକାଲି ବଜାରରେ ମିଳୁଥିବା କ୍ୟାପସୁଲ ଆମିଷ !

ଆଜିକାଲି ସମୟରେ ଅନେକ ପ୍ରକାର ରୋଗ ଦେଖାଗଲାଣି

146

କନକ ବ୍ୟୁରୋ : ଆଜିକାଲି ସମୟରେ ଅନେକ ପ୍ରକାର ରୋଗ ଦେଖାଗଲାଣି । ତେବେ ଲୋକମାନେ ନିଜର ରୋଗର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ହେଉଛନ୍ତି । କେବଳ ଚିକିତ୍ସା ହେଉଛନ୍ତି ତାହା ନୁହେଁ ବରଂ ଡାକ୍ତରମାନେ ସେହି ପ୍ରକାର ରୋଗରୁ ଭଲ ହେବା ପାଇଁ ଅନେକ ପ୍ରକାର ମେଡିସନ ବା କ୍ୟାପସୁଲ ମଧ୍ୟ ଦିଅନ୍ତି । ସେହି କ୍ୟାପସୁଲ ଗୁଡିକ ରଙ୍ଗବେରଙ୍ଗ ହୋଇଥାଏ । ତେବେ ଆପଣ ଜାଣନ୍ତି କି ନିତିଦିନ ଖାଉଥିବା ମେଡିସିନ ଗୁଡିକ କେଉଁଥିରୁ ତିଆରି? ତେବେ ଜାଣିରଖନ୍ତୁ ପ୍ରକୃତରେ ସେହି ମେଡିସିନ ଗୁଡିକ କେଉଁଥିରୁ କରାଯାଏ ତିଆରି ।

 

ଲୋକମାନେ ଭାବନ୍ତି କି ଏହାର ଉପରିଭାଗ ସାମାନ୍ୟ ପ୍ଲାଷ୍ଟିକରେ ତିଆରି ହୋଇଛି । କାରଣ ଯେଉଁ ସମୟରେ ରୋଗୀ ଏହାକୁ ଖାଇଥାଏ ତାହା ପ୍ଲାଷ୍ଟିକ ପରି ଲାଗିଥାଏ । ତେଣୁ ଲୋକମାନେ ଏପରି ଭାବିବା ସ୍ୱାଭାବିକ କଥା । କିନ୍ତୁ ଏହାର ପ୍ରକୃତ ସତ୍ୟ କଥା ଜାଣିଲେ ଆପଣ ବି ହୋଇ ପାରନ୍ତି ଆଶ୍ଚର୍ଯ୍ୟ । କାରଣ ଏହା ଏକ ପଶୁର ମାଂସରୁ ତିଆରି କରାଯାଏ ବୋଲି ଜଣାପଡିଛି । ତେବେ ସେହି ପଶୁର ନାମ ଜିଲେଟିନ ବୋଲି ମଧ୍ୟ ସୂଚନା ମିଳିଛି । କେବଳ ତାହାର ମାଂସ ନୁହେଁ ବରଂ ତାହାର ଝିଲ୍ଲୀରୁ ମଧ୍ୟ ଅନେକ କ୍ୟାପସୁଲ ତିଆରି ହୋଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟରୁ ସୂଚନା ମୁତାବକ ବର୍ତମାନ ଯେଉଁ ସବୁ କ୍ୟାପସୁଲ ତିଆରି କରାଯାଉଛି ତାହା ପ୍ରାୟତଃ ଆମିଷ ।

 

ତେବେ ଏହି ଘଟଣା ଜଣାପଡିବା ପରେ ଅନେକ ଲୋକ ଏହା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ଏହାସହ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମଧ୍ୟ ଏହାକୁ ବ୍ୟବହାର ନକରି ଅନ୍ୟ ବାଟରେ ତଥା ଉଦ୍ଭିଦରୁ ପ୍ରସ୍ତୁତ ଖୋଳ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏପରି କଥା ଲୋକଲୋଚନକୁ ଆସିବା ପରେ ଲୋକମାନେ ଏହା ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିବା ସହ ପ୍ରତ୍ୟେକ କ୍ୟାପସୁଲ ସମ୍ପର୍କରେ ଅଧିକ ଜାଣିବା ପାଇଁ ଇଚ୍ଛା ରଖିଥିବା ସୂଚନା ମିଳିଛି ।