ଯୋଗ କରୁଥିବା ସମୟରେ ଏହି ନିୟମକୁ ମାନନ୍ତୁ !

182

ସୁସ୍ଥ ମନ , ଶରୀର ଓ ଆତ୍ମା ପାଇଁ ଯୋଗ ନିହାତି ଆବଶ୍ୟକ ତେବେ ଯୋଗ କରିବାର କିଛି ନିୟମ ରହିଛି । ସେହି ନିୟମକୁ ନମାନିଲେ ନକରାତ୍ମକ ଫଳ ମିଳିଥାଏ ।

୧ – ଯୋଗ କରିବା ଦ୍ୱାରା ଶରୀରର ତାପମାତ୍ରା ବୃର୍ଦ୍ଧି ପାଇଥାଏ । ତେଣୁ ଏହାର ଘଣ୍ଟାଏ ପରେ ସ୍ନାନ କରିବା ଉଚିତ୍ । ନହେଲେ ଥଣ୍ଡା , ଦେହ ହାତ ଦରଜ ଭଳି ସମସ୍ୟା ଦେଖାଯାଇଥାଏ । ସେହିପରି ଯୋଗ କରିବା ସମୟରେ ଥଣ୍ଡା ପାଣି ପିଇଲେ ଆଲର୍ଜି , ଥଣ୍ଡା , ଜ୍ୱର , କଫ ହେବାର ଆଶଙ୍କା ଥାଏ ।

୨ – ଯୋଗ କରିବା ମଧ୍ୟରେ ପରିସ୍ରା କରିବା ଅନୁଚିତ୍ । ବରଂ ଶରୀରର ପାଣିକୁ ଝାଳ ଜରିଆରେ ବାହାର  କରିବା ଆବଶ୍ୟକ ।

୩ – ସକାଳେ ଖାଲି ପେଟରେ ଯୋଗ କଲେ ଅଧିକ ସୁଫଳ ମିଳିଥାଏ । ନୁହେଁତ ଖାଇବାର ଅତି କମରେ ୪ଘଣ୍ଟା ପରେ ଯୋଗ କରିପାରିବେ ।

୪ – ଯୋଗାଭ୍ୟାସ ଆରମ୍ଭ କରୁଥିଲେ ପ୍ରଥମେ ସହଜ ଆସନ କରନ୍ତୁ । ନହେଲେ ଶୀଘ୍ର ଥକିଯିବେ ।

୫ – ଶରୀରରେ କୈାଣସି ଗୁରୁତର ରୋଗ ଥିଲେ ଯୋଗ କରିବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତର କିମ୍ବା ଯୋଗ  ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ । ମନ ମୁତାବକ ଯୋଗ କଲେ ବିପରୀତ ଫଳ ମିଳିଥାଏ ।

୬ – ଯୋଗ କରିବା ପୂର୍ବରୁ କିଛି ସମୟ ୱାର୍ମ ଅପ୍ ( ଗୋଡ ହାତ ସଳଖିବା ) କରନ୍ତୁ । ତା’ ପରେ ପ୍ରାଣାୟମ ଓ ପରେ ଯୋଗାସନ କରନ୍ତୁ । ଶେଷରେ ଶବାସନ କରିବାକୁ ଭୁଲନ୍ତୁ ନାହିଁ ।

୭ – ଯୋଗ ଗୁରୁଙ୍କ ଠାରୁ ବିଧିବଦ୍ଧ ଭାବେ ଶିକ୍ଷା ଗ୍ରହଣ କରି ବହି ପଢ଼ି ବା ସିଡି ଦେଖି ଯୋଗ କରିବା ଲାଗି ଉଦ୍ୟମ କଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।