ସୋସିଆଲ ମିଡିଆର ସଠିକ୍ ଉପଯୋଗ କରନ୍ତୁ ! ନୁହେଁତ ଅସୁବିଧାରେ ପଡିପାରନ୍ତି

96

ଆମ ଦୈନନ୍ଦିନ ଜୀବନରେ ଆମେ ଏମିତି କିଛି ଜିନିଷ ସଂପର୍କରେ ଆମେ ଆସୁଛେ , ଯାହାକୁ ଛାଡି ରହିପାରିବା ନାହିଁ । ଏହା ଆମର ଜୀବନ ଚଳନୀ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଏହାକୁ ବ୍ୟବହାର ନକରି ରହିବା ଅସମ୍ଭବ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଯେକୌଣସି ମାଧ୍ୟମରେ ସୋସିଆଲ ମିଡିଆରେ ସବୁ ବର୍ଗର ଲୋକମାନେ ସଂଯୋଗ ରହୁଛନ୍ତି । ଯୋଗାଯୋଗ ବା ସଂପର୍କ ବଢାଇବା ପାଇଁ ଏହା ଲୋକମାନଙ୍କ ବହୁତ ଆବଶ୍ୟକ ଅଟେ । ସୋସିଆଲ ମିଡିଆ ଯେମିତି ଲୋକଙ୍କ ସହିତ ସଂପର୍କ ବଡାଇବାରେ ପ୍ରଥମ ସେହିଭଳି ସୂଚନା ଦେବାରେ ମଧ୍ୟ ସବୁଠାରୁ ଆଗରେ ରହିଛି । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟକୁ ନେଇକି ବେଶି ପ୍ରଚାର ହେଉଛି । ଯେଉଁଠାରେ ଏବେକାରଯୁବପିଢିମାନେ ସେ ପ୍ରକାର ଖବରରୁ ବଞ୍ଚିବା ଜରୁରୀ ଅଟେ । ମନେରଖନ୍ତୁ ଏହା ଏକ ଖବର ନୁହେଁ ଏକ ସୂଚନା ଦିଆଯାଉଛି , ଯାହାର କିଛି ପ୍ରାମାଣିକତା ତଥ୍ୟ ନାହିଁ । ଆସନ୍ତୁ ଜାଣିବା ସୋସିଆଲ ମିଡିଆକୁ କେମିତି କରିବା ବ୍ୟବହାର ।

ନକରାତ୍ମକ ଜିନିଷ ଠାରୁ ଦୂରେଇ ରୁହନ୍ତୁ –
ବହୁତ ସମୟ ଖରାପ ବା ଭଲ ଜିନିଷକୁ ଜଣେଇବା ପାଇଁ ଲୋକଙ୍କୁ ଏକତ୍ରିତ କରି ସୂଚନା ଦିଆଯାଉଥିଲା । ଆଜି ଏହି ବିଜ୍ଞାନ ଯୁଗରେ ସୋସିଆଲ ମିଡିଆ ମାଧ୍ୟମରେ ଦ୍ରୁତ ଗତିରେ ଖବର ପହଁଚିପାରୁଛି । ସମାଜରେ କିଛି ଖରାପ ସୂଚନା ଦେବାକୁ ଭବିଷ୍ୟତବାଣୀ କହୁଥିବା ଲୋକ ମିଛ କଥାକୁ ପ୍ରଚାର କରୁଛନ୍ତି । ଏଥିପାଇଁ ଆମେ ଜାଣିବା ନିହାତି ଦରକାର ହେବ କେଉଁ ଜିନିଷ ଖରାପ ଓ ଭଲ ।ତାହା ପଛେରେ କ’ଣ ସତ୍ୟାସତ୍ୟ ରହିଛି । ତାହା ମଧ୍ୟ ଜାଣିବାକୁ ହେବ । ଯଦି ଆପଣ ଦେଖୁଛନ୍ତି ଏହା ମିଛ ତାହେଲେ ଏହାକୁ ଅଣଦେଖା କରନ୍ତୁ ।

ସେୟାର କରୁଥିବା ଜିନିଷ ପକାଇପାରେ ସମସ୍ୟାରେ-
ଆଜିକାଲି ସୋସିଆଲ ମିଡିିଆରେ କୌଣସି ଏକ ସୂଚନାକୁ ବିସ୍ତାରିତ କରିବା ପାଇଁ ଖବର ତଳେ ସମସ୍ତଙ୍କୁ ଏହି ଖବର ପଠାଇବା ନିତ୍ୟାନ୍ତ ଆବଶ୍ୟକ ବୋଲି କିଛି ଲୋକ ଭୂଆଁ ବୁଲୋଉଛନ୍ତି । ଆପଣଙ୍କ ଦେଶ ରକ୍ଷା ବା ଧର୍ମ,ସମାଜ ନେଇ କିଛି ଦୟନୀୟ ଭାଷାକୁ ବ୍ୟବହାର କରି ଆଦି ସବୁ ଲେଖି ତଳେ ପଠାଯାଇଥାଏ । କିଛି ଲୋକ ଏହାକୁ ସମସ୍ତଙ୍କ ପାଖକୁ ପଠେଇବା ଆବଶ୍ୟକ ବୋଲି ଭାବନ୍ତି ଏବଂ ପଠେଇ ମଧ୍ୟ ଦିଅନ୍ତି । କିନ୍ତୁ ଆପଣ କିମ୍ବା ଆପଣଙ୍କ ସାଙ୍ଗଙ୍କ ଛବି ଉପରେ ବି ଏହାର ପ୍ରଭାବ ପକାଇବାରେ ସମ୍ଭାବନା ରହିଥାଏ । ଯାହା ପାଇଁ ଆପଣମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କିଛି ନଜାଣି ଲାଇକ୍ କରନ୍ତୁ ନାହିଁ –
ଆପଣଙ୍କ କହିବା କଥାକୁ ବେଶି ଲୋକଙ୍କୁ ପହଞ୍ଚାଇବା ପାଇଁ ବହୁତ ଲୋକ ପୃଷ୍ଟା ବନେଇ ମଧ୍ୟ ଦିଅନ୍ତି । କୋ÷ଣସି ଖବର ଚ୍ୟାନେଲ ଓ ଅନ୍ୟ ୱେବସାଇଟମାନେ ମଧ୍ୟ ଏବେ ଏହି କାମ କରୁଛନ୍ତି । ଏମିତି କି କୌଣସି ବି ମଜାରେ ଲେଖି ଦେଇଥାନ୍ତି । ବେଳେବେଳେ ଆପଣଙ୍କ ପେଜରେ ମିଥ୍ୟା ଜିନିଷ ଆସିଥାଏ । କିନ୍ତୁ ଆମେ ଏହାକୁ ଭଲ ଲାଗିଲେ ଲାଇକ ମାରିଥାଉ ଏବଂ ଏହାକୁ ବିଶ୍ୱାସ କରି ଆମେ ଆମ ସାଙ୍ଗ ପାଖକୁ ପଠେଇଥାଉ । ସେଥିପାଇଁ ଆପଣଙ୍କ ସଚେତନ ରହିବାକୁ ପଡିବ ।

ସରଳ ଭାଷାକୁ ବ୍ୟବହାର କରିବା –
ସୋସିଆଲ ମିଡିଆରେ ବହୁତ ଥର ଖରାପ ଭାଷାକୁ ବ୍ୟବହାର କରାଯାଇଥାଏ । କିଛି ସାଧାରଣ କଥାକୁ ନେଇ କି ବି ବହୁତ ଲୋକ ସୋସିଆଲ ମିଡିଆରେ ଖରାପ ଭାଷା ବ୍ୟବହାର କରି ଛାଡିଥାନ୍ତି । ସେଥିପାଇଁ ଆପଣଙ୍କୁ ଭାବିକି କିଛି ଲେଖନ୍ତୁ । ଯାହା ପାଇଁ କି ଆପଣ କୌଣସି ସମସ୍ୟାରେ ପଡନ୍ତୁ ନାହିଁ । ଜରୁରୀ ନାହିଁ କି ଆପଣଙ୍କୁ ଯାହା ପସନ୍ଦ ଆସୁଛି ତାହା ଆପଣଙ୍କ ସାଙ୍ଗ ବା ବନ୍ଧୁଙ୍କୁ ମଧ୍ୟ ଭଲ ଲାଗିବ । ସମସ୍ତଙ୍କ ମତ ନିଜ ନିଜ ଇଚ୍ଛାରେ ଦେଇ ପାରିବେ । କିନ୍ତୁ ବେଳେ ବେଳେ ଏହାକୁ ଲୋକମାନେ ପାଇଦା ଉଠାଇ ବିଭିନ୍ନ ଭାଷାକୁ ବ୍ୟବହାର କରି ଖରାପ ଭାଷା ପ୍ରୟୋଗ କରି ବ୍ୟବହାର କରିଥାନ୍ତି । ସେଥିପାଇଁ ସବୁବେଳେ ସତ୍ୟକୁ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ ।

( ସୌଜନ୍ୟ- ଏନଡି ଟିଭି )