ଭାରତ ପାଇଁ କର ବା ମର ! ହକି ବିଶ୍ୱ ଲିଗରେ ଶେଷ ଲିଗ ଖେଳିବ ଭାରତ । ଜର୍ମାନୀକୁ ଟକ୍କର ଦେଇ ମ୍ୟାଚ ଜିତିବାକୁ କରିବ ଉଦ୍ୟମ

29

କନକ ବ୍ୟୁରୋ : ବିଶ୍ୱ ହକି ଲିଗ ଫାଇନାଲରେ ଆଜି ଭାରତ ନିଜର ତୃତୀୟ ମ୍ୟାଚରେ ଜର୍ମାନୀକୁ ସାମନା କରିବ । କଳିଙ୍ଗ ଷ୍ଟାଡିଅମରେ ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଘରୋଇ ଭାରତ ପାଇଁ ଏହା କର ବା ମର ମ୍ୟାଚ ହୋଇଛି ।

ପୂର୍ବ ୨ଟି ମ୍ୟାଚ ମଧ୍ୟରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଡ୍ର ରହିଥିଲା ଏବଂ ଇଂଲଣ୍ଡ ବିରୋଧରେ୍ ମ୍ୟାଚକୁ ଭାରତ ୨-୩ ଗୋଲରେ ହାରିଥିଲା । ତେଣୁ ଶେଷ ଲିଗ୍ ମ୍ୟାଚ ଜିତିବା ଦଳ ପାଇଁ ଜରୁରୀ । ପୁଲ- ବିର ତାଲିକାରେ ଶେଷରେ ରହିଛି ଭାରତ । ପ୍ରଥମ ସ୍ଥାନରେ ଜର୍ମାନୀ ଓ ଦ୍ୱିତୀୟରେ ଇଂଲଣ୍ଡ ରହିଛି ।