ସାବଧାନ, ମୋବାଇଲ ନମ୍ବରକୁ ଆଧାର ସହ ଲିଂକ କରିବା ସମୟରେ ହୋଇପାରନ୍ତି ଠକାମିର ଶିକାର ! ତେବେ ଜାଣନ୍ତୁ ଏଭଳି ସମସ୍ୟାରୁ ବଂଚିବାର ଉପାୟ

62

ଯଦି ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ଆଧାରରେ ଲିଂକ କରୁଛନ୍ତି, ତେବେ ସେଥିପ୍ରତି ସାବଧାନ ରୁହନ୍ତୁ । ଆଧାରକୁ ସଂଯୋଗ କରିବା ସମୟରେ ଆପଣ ଥରେ ହିଁ ଆଙ୍ଗୁଠି ଚିହ୍ନ ସ୍କାନ କରନ୍ତୁ, କାରଣ ପୁନର୍ବାର ସ୍କାନ କରିବା ଦ୍ୱାରା ଆପଣ ବିପଦରେ ପଡିପାରନ୍ତି । ନିକଟରେ ଦେଖିବାକୁ ମିଳିଛି କି, କିଛି ଲୋକ ମୋବାଇଲ ନମ୍ବରକୁ ଆଧାର ସହ ଲିଂକ କରୁଥିବା ସମୟରେ କାର୍ଡଧାରୀଙ୍କ ନାମରେ ଏକ ନୂଆ ସିମ ବାହାର କରି ଅପରାଧ କରୁଛନ୍ତି ।

ୱାଇଏମସିଏ ସାଇନସ୍ ଏଣ୍ଡ ଟେକୋନ୍ନଲୋଜି ୟୁନିଭର୍ସିଟି ଓଡିଟୋରିୟମରେ ଗତ ବୁଧବାର ଦିନ ଏନବିଟିର ‘ଜି ବେଫିକର’ ଅଭିଯାନର ଓପନ ମାଇକ ସେସନରେ ସାଇବର ଏକ୍ସପର୍ଟମାନେ କିପରି ଏମିତି ଠକେଇ ଠାରୁ ଦୂରେଇ ରହିବେ ସେଥିପାଇଁ କିଛି ଟିପ୍ସ ଦେଇଛନ୍ତି । ଏକ କାର୍ଯ୍ୟକ୍ରମ ଅବସରରେ ଛାତ୍ରମାନେ ବେଫିକର ଭାବେ ନିଜ ମନରେ ଉଙ୍କି ମାରିଥିବା ପ୍ରଶ୍ନ ଖୋଲାଖୋଲି ପଚାରଥିିଲେ ଏବଂ ଏକ୍ସପର୍ଟ ମଧ୍ୟ ବେଫିକର ଭାବେ ଏହାର ଉତ୍ତର ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସାଇବର କ୍ରାଇମ ଏକ୍ସପର୍ଟ ଜାବେଦ ଖାନ, ବାବୁ ରାମ, ମହିଳା ଥାନ ଇନଚାର୍ଜ ସବିତା, ଜିଲ୍ଲା ବୈଧ ସେବା ପ୍ରାଧିକରଣର ପ୍ୟାନେଲ ଆଡଭୋକେଟ ରବିନ୍ଦ୍ର ଗୁପ୍ତା, ବିଶ୍ୱବିଦ୍ୟାଳୟର ଡେପୁଟି ଡିନ ସୋନିଆ ବଂଶଲ, ଅରବିନ୍ଦ ଗୁପ୍ତା ଆଦି ଉପସ୍ଥିତ ଥିଲେ ।

ସାଇବର ଏକ୍ସପର୍ଟ ଜାବେଦ ଖାନଙ୍କ କହିଛନ୍ତି କି, ଯେତେବେବେଳ ଆମେ କାହାକୁ ପେଟିଏମ ଜରିଆରେ ପେମେଂଟ କରିଥାଉ ଓ ସେହି ପେମେଂଟ ଉକ୍ତ ବ୍ୟକ୍ତିଙ୍କ ପାଖକୁ ପହଂଚି ନଥାଏ । ଏମିତିରେ ଲୋକ ଅଭିଯୋଗ କରିବା ପାଇଁ ସାଇଟକୁ ଯାଇ ହେଲ୍ପଲାଇନ ନମ୍ବର ଖୋଜିବା ଆରମ୍ଭ କରି ଦିଅନ୍ତି । ଏଭଳି ଅନେକ ନକଲି ହେଲ୍ପଲାଇନ ସାଇଟରେ ଉପଲବ୍ଧ ରହିଛି, ଯାହାର ବିଶ୍ୱାସରେ ଆସି ଆପଣ ଆପଣଙ୍କ ଆକାଉଂଟର ସମସ୍ତ ବିବରଣୀ ଦେଇ ବାରମ୍ବାର ଠକାମିର ଶିକାର ହୋଇପାରନ୍ତି । ତେବେ ଏଭଳି ସମୟରେ ଆପଣ ନିକଟିସ୍ଥ ପଲିସ ଷ୍ଟେସନରେ ଯାଇ ଅଭିଯୋଗ କରିପାରିବେ ।

ଏହା ବ୍ୟତୀତ ସାଇବର ଏକ୍ସପର୍ଟ ବାବୁରାମଙ୍କ କହିବାନୁସାରେ, ଠକମାନେ ଫେସବୁକ ଓ ହ୍ୱାଟସଆପରେ ରିଭ୍ୟୁ ପଢିକରି ଲୋକଙ୍କୁ ଠକିିବାରେ ସଫଳ ହୋଇଥାନ୍ତି । ଏହି ଭଳି ଠକ ମେଟ୍ରେିମୋନିୟାଲ ସାଇଟସ ଜରିଆରେ ସଂପର୍କ ଯୋଡି ଠକାମି କରିଥାନ୍ତି । ନିକଟରେ ଏକ ମାମଲା ସାରାଦେଶରେ ପାଖାପାଖି ୧୫୦୦ ଲୋକଙ୍କ ସହିତ ଠକେଇ ହୋଇଥିଲା ଯେଉଁଥିରେ ଫରିଦାବାଦର ୨୦ ଜଣ ମହିଳା ମଧ୍ୟ ସାମିଲ ଥିଲେ ।