ଜିଏସଟିକୁ ନେଇ ଜମା ବି କରନ୍ତୁନି ଏହି ୫ଟି ଭୁଲ୍ ! ହୋଇପାରେ ଜେଲ୍

52

ଜୁଲାଇ ୧ରୁ ଜିଏସଟି ଲାଗୁ ହେବାର ବାଟ ସଫା ହୋଇଯାଇଛି । ୩୦ଜୁନ୍ ମଧ୍ୟରାତ୍ରରେ ସଂସଦର ସେଂଟ୍ରାଲ୍ ହଲରେ ଏକ କାର୍ଯ୍ୟକ୍ରମ ଆୟୋଜିିତ ହେବ ଯେଉଁଥିରେ ଜିଏସଟି ଲାଗୁ ହେବାର ଘୋଷଣା କରାଯିବ । ତେବେ ଜିଏସଟିକୁ ନେଇ ଆପଣ ଯଦି କୌଣସି ଅବହେଳା କରନ୍ତି ତାହାଲେ ମହଙ୍ଗା ପଡିପାରେ । ତେଣୁ ଏବେ ନଜର ପକାନ୍ତୁ ଜିଏସଟି ଜଡିତ କେଉଁ ୫ଟି ଭୁଲ୍ ଆପଣଙ୍କୁ ଜେଲର ରାସ୍ତା ଦେଖାଇପାରେ ।

• ଜିଏସଟି ପାଇଁ ପଞ୍ଜିକରଣ କରିବା ସମୟରେ ନିଜର ସଠିକ୍ ତଥ୍ୟ ଦିଅନ୍ତୁ । ଭୁଲ୍ ସୂଚନା ଦେଲେ ଆପଣ ଅସୁବିଧାରେ ପଡିପାରନ୍ତି । ଜେଲ୍ ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ ।

• ମିଛ କିମ୍ବା ଭୁଲ୍ ଆର୍ଥିକ ରେକର୍ଡ ଆପଣଙ୍କୁ ଫସାଇପାରେ । ସେହିପରି ଟ୍ୟାକ୍ସ ଚୋରୀରୁ ବଂଚିବା ପାଇଁ ଯଦି ଆପଣ ଭୁଲ୍ ରିଟର୍ଣ୍ଣ ଫାଇନ୍ କରୁଛନ୍ତି ତେବେ ଟ୍ୟାକ୍ସ ଚୋରୀ ଅଭିଯୋଗରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡିପାରେ ।

• ଜିଏସଟିରେ ଭୁଲ୍ ତଥ୍ୟ ଦେବା ପରେ ଯଦି ଯାଂଚ ପ୍ରକ୍ରିିୟା ସମୟରେ ସଠିକ୍ ବିବରଣୀ ନଦିଅନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ ।

• ସେହିପରି ଅନ୍ୟ କାହାକୁ ଜିଏସଟି ହେରଫେରରେ ସାହାଯ୍ୟ କରନ୍ତି ତେବେ ଆପଣଙ୍କୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ ।

• ଯଦି କେହି ଟ୍ରେଡର୍ ଏମିତି କିଛି ପ୍ରଡକ୍ଟ ବା ସେବା ହାସଲ୍ କରିଥାଏ ଯେଉଁଥିରେ ହେରଫେର୍ ହୋଇଛି ତେବେ ଏହା ବି ଜିଏସଟି ନିୟମ ଉଲଂଘନ । ଏପରି କରିଥିବା ବ୍ୟକ୍ତି ଉଭୟ ଜେଲ୍ ଏବଂ ଜରିମାନା ହୋଇପାରେ ।

ସୌଜନ୍ୟ : ୱାନଇଣ୍ଡିଆ