ସାବଧାନ । ଗାଡିରେ ରଖନ୍ତୁନି ଏସବୁ ଜିନିଷ, ହୋଇପାରେ ବଡ ଦୁର୍ଘଟଣା

33

ପଶୁ, ପକ୍ଷୀ ହୁଅନ୍ତୁ ବା ମଣିଷ ଏ ସମସ୍ତେ ଖରାର ପ୍ରକୋପରେ ଅତିଷ୍ଠ ଅଛନ୍ତି । ଏହି ସମୟରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ଥାଏ ବୋଲି ମଣିଷ ଠାରୁ ଭଲ କେହି ଜାଣିପାରିବେନି । ତଥାପି ବି କେତେ ଆଶ୍ଚର୍ଯ୍ୟ କଥା କେହି ନା କେହି ଦୁର୍ଘଟଣାର ଶିକାର ହୋଇଯାଆନ୍ତି । ଆମ ମାନଙ୍କ ମଧ୍ୟରୁ ଏମିତି କିଛି ଅଛନ୍ତିି ଯେଉଁମାନେ ଛୋଟ ଛୋଟ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତିନି ଏବଂ ଆଗକୁ ଦୁର୍ଘଟଣାର ଶିକାର ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଛୋଟ ଛୋଟ ସମସ୍ୟା ଉପରେ ଅବଗତ କରାଇବୁ ଯାହା ଆପଣଙ୍କୁ ଦୁର୍ଘଟଣାରୁ ବଂଚାଇବ । ଆଜ୍ଞା ହଁ ଏହି ସୂଚନା କାରରେ ଥିବା ସେହିି ଜିନିଷ ବିଷୟରେ ଯାହା ଆପଣ ଭୁଲରେ କାରରେ ଛାଡି ଦେଇ୍ଥାନ୍ତି । କିନ୍ତୁ ଏହା କେତେ ଘାତକ ହୋଇପାରେ ବୋଲି ଆପଣ ଏହାର ଆକଳନ ବି କରିପାରିବେନି । ଏହି ଜିନିଷ ଦ୍ୱାରା ଆପଣଙ୍କ କାର୍ ରେ ବ୍ଲାଷ୍ଟ ହେବାର ବି ସମ୍ଭାବନା ଥାଏ । ଯେମିତି କି କାରର ଡିଶବୋର୍ଡରେ ଡିଓଡ୍ରେଣ୍ଟ ରଖି ଖରାରେ କାର ପାର୍କିଙ୍ଗ କରିବା , ଯାହା ଅତ୍ୟଧିକ ଗରମ ଯୋଗୁଁ ବ୍ଲାଷ୍ଟ ହେବାର ସମ୍ଭାବନା ଥାଏ ।

ସୂଚନାଯୋଗ୍ୟ, ଜଣେ ଯୁବକଙ୍କ ଗାଡିରେ ଏଭଳି ବ୍ଲାଷ୍ଟ ହୋଇଥିଲା । ଯଦି ଗାଡି ଚାଲୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥାନ୍ତା, ତେବେ ନିଶ୍ଚିତ ବଡ ଦୁର୍ଘଟଣା ଘଟିଥାନ୍ତା । ସେଥିପାଇଁ ଗାଡିରେ ଜ୍ୱଳନଶୀଳ ପଦାର୍ଥ ରଖିବା ଅନୁଚିତ୍ । ସେହି ବ୍ୟକ୍ତିଙ୍କ କହିବାନୁସାରେ ଖରା ଦିନେ ଗାଡିର ଟାୟାରରେ ପବନ କମ୍ ରଖିବା କଥା । ଏହା ଦ୍ୱାରା ଟାୟାର ଫାଟିବାର ସମ୍ଭାବନା ରହେନି ।