କେବଳ ଜଣେ ରାଜନୀତିଜ୍ଞ ନୁହେଁ କଳାର ବିଦ୍ୱାନ ମଧ୍ୟ, ସବୁବେଳେ ପରିଧାନ କରନ୍ତି ହଳଦିଆ ବସ୍ତ୍ର । ଜାଣନ୍ତୁ କରୁଣାନିଧିଙ୍କ ହଳଦିଆ ବସ୍ତ୍ର ପିନ୍ଧିବା ପଛର କାରଣ

32

ଏମ କରୁଣାନିଧି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ପାର୍ଟିର ଅଧ୍ୟକ୍ଷ ହେବା ସହିତ ତାମିଲ ସିନେମା ଜଗତର ଜଣେ ପ୍ରସିଦ୍ଧ ନାଟକ କାର ଓ ପଟ୍ଟକଥା ଲେଖକ ମଧ୍ୟ । କଳା ପ୍ରତି ତାଙ୍କର ପାଣ୍ଡିତ୍ୟ ଦେଖି ତାଙ୍କ ସମର୍ଥକ ତାଙ୍କୁ ‘କଲାଇନାର’ କହି ସମ୍ବୋଧିତ କରିଥାନ୍ତି । ‘କଲାଇନାର’ ଏକ ତାମିଲ ଶବ୍ଦ ଅଟେ, ଯାହାର ଅର୍ଥ ହେଉଛି ‘କଳାର ବିଦ୍ୱାନ’ ।

କରୁଣାନିଧି ତାମିଲ ଫିଲ୍ମ ଉଦ୍ୟୋଗରେ ଏକ ପଟ୍ଟକଥା ଲେଖକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କରୁଣାନିଧି ତାଙ୍କ ବୁଦ୍ଧି ଏବଂ ଭାଷଣ କୈାଶଳ ମାଧ୍ୟମରେ ଖୁବ ଶୀଘ୍ର ଏକ ରାଜନେତା ବନିଗଲେ । ଜଷ୍ଟିସ ଦଳର ଅଲଗିରିସ୍ୱାମୀଙ୍କ ଭାଷଣରେ ଅନୁପ୍ରାଣିତ ହୋଇ ସେ ମାତ୍ର ୧୪ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ । ସେବେଠାରୁ ସେ ତାମିଲନାଡୁର ରାଜନୀତିରେ ତିଷ୍ଠି ରହିଛନ୍ତି । ଜଣେ ବୁଦ୍ଧିଜୀବି ହେବା ପରେ ବି ବୃହସ୍ପତି ଗ୍ରହକୁ ଶାନ୍ତ କରିବା ପାଇଁ ସେ ସବୁବେଳେ ହଳଦିଆ ବସ୍ତ୍ର ପରିଧାନ କରୁଥିଲେ ।

୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି : ବର୍ଷ ୧୯୫୭ରେ ଯେବେ ପ୍ରଥମ ଥର ବିଧାୟକ ହୋଇଥିଲେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଚୈାକିରେ ଜବାହରଲାଲ ନେହେରୁ ବିରାଜମାନ ଥିଲେ । କରୁଣାନିଧି ଯେବେ ପ୍ରଥମ ଥଣ ମୁଖ୍ୟମନ୍ତ୍ରୀ ବନିଲେ, ଦେଶର ରାଜନୈତିକ ଚୈାକିରେ ଇନ୍ଦିରା ଗାନ୍ଧୀ ବିରାଜମାନ ଥିଲେ । ଜରୁରୀକାଳୀନ ପରିସ୍ଥିତିରେ ଦୂର୍ନୀତି ଅଭିଯୋଗର ଯାଂଚ କରୁଥିବା ଆୟୋଗର ସୁପାରିଶ ଆଧାରରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କରୁଣାନିଧିଙ୍କ ସରକାରକୁ ବହିଷ୍କାର କରିଥିଲେ । ଏହାପରେ କରୁଣାନିଧି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଲେ । ସେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ । ଚତୁର୍ଥ ଥର ସିଏମ୍ ଥିଲାବେଳେ ପିବି ନରସିଂହ ରାଓ ପିଏମ୍ ଥିଲେ ଓ ପଂଚମ ଥର ସିଏମ୍ ଥିବାବେଳେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ ।

ବର୍ଷ ୧୯୭୦ରେ ପ୍ୟାରିସ୍(ଫ୍ରାନ୍ସ)ରେ ହୋଇଥିବା ତୃତୀୟ ବିଶ୍ୱ ସମ୍ମିଳନୀର ଉଦଘାଟନ ସମାରୋହରେ ଏକ ବିଶେଷ ଭାଷଣ ଦେଇଥିଲେ ।

ସେତୁସମୁଦ୍ରମ୍ ବିବାଦର ଜବାବରେ କରୁଣାନିଧି ହିନ୍ଦୁଙ୍କ ଆରାଧ୍ୟ ଭଗବାନ ଶ୍ରୀରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଥିଲେ ।

ରାଜୀବ ଗାନ୍ଧୀଙ୍କ ମୃତ୍ୟୁର ଯାଂଚ କରୁଥିବା ଜଷ୍ଟିସ୍ ଜୈନ କମିଶନର ଅନ୍ତରୀମ ରିପୋର୍ଟରେ କରୁଣାନିଧି ଉପରେ ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଇଲମ୍(ଏଲଟିଟିଇ)କୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଲାଗିଥିଲା ।

ଚେନ୍ନାଇ ଫ୍ଲାଏ ଓଭର ନିର୍ମାଣରେ ଦୁର୍ନୀତି ଅଭିଯୋଗରେ ବର୍ଷ ୨୦୦୧ ରେ କରୁଣାନିଧି ଗିରଫ ହୋଇଥିଲେ ।

ବଂଶବାଦକୁ ପ୍ରୋତ୍ସାହନ : କରୁଣାନିଧିଙ୍କ ବିରୋଧୀ, ତାଙ୍କ ଦଳର କିଛି ସଦସ୍ୟ ଓ ଅନ୍ୟ ରାଜନୈତିକ ପର୍ୟ୍ୟବେକ୍ଷକ କରୁଣାନିଧିଙ୍କ ଉପରେ ବଂଶବାଦକୁ ପ୍ରୋତ୍ସାହିତ କରିବା ଓ ନେହେରୁ-ଗାନ୍ଧୀ ପରିବାର ଭଳି ଏକ ରାଜନୈତିକ ବଂଶର ଆରମ୍ଭ କରିବା ଅଭିଯୋଗ ବି କରିଥିଲେ ।