କୋଣାର୍କରେ ଦୀପିକାଙ୍କ ଡ୍ୟାନ୍ସ ! କୋଣାର୍କରେ କଥକ ଡ୍ୟାନ୍ସ କରି ଜନ୍ମଦିନ ପାଳିଲେ ହିନ୍ଦୀ ଟେଲି ଅଭିନେତ୍ରୀ ।

5

ଦୀପିକା ସିଂଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ଦୀପିକା ଛୋଟ ପରଦାର ପରିଚିତ ଅଭିନେତ୍ରୀ ଅଟନ୍ତି । ସେ ଷ୍ଟାରପ୍ଲସର ସିରିଅଲ ଦିୟା ଓ ବାତିରେ ଅଭିନୟ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ଆଜି ଦୀପିକାଙ୍କର ୩୦ତମ ଜନ୍ମ ଦିବସ । ଏହି ଜନ୍ମ ଦିନ ତାଙ୍କ ପାଇଁ ଖୁବ ଖାସ ହୋଇଛି । ଅସଲରେ ଦୀପିକାଙ୍କ ଗତ ବର୍ଷ ଜୁନ ମାସରେ ଘରକୁ ଏକ କୁନି କୁଣିଆ ଆସିଥିଲେ ଯାହାଙ୍କର ଏବେ ବର୍ଷେ ହୋଇଗଲାଣି । ସେ ତାଙ୍କ ପୁଅ ସହ ଜନ୍ମ ଦିନ ସେଲିବ୍ରେଟ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ସପରିବାର ସହ ଓଡିଶା ବୁଲିବା ପାଇଁ ଆସିଛନ୍ତି । କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କଥକର ଏକ ପୋଜ କରିଥିବା ନଜର ଆସିଥିଲେ । ସେହିଭଳି ଦୀପିକା ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ କୋଣାର୍କ ସୂର୍ୟ୍ୟମନ୍ଦିର ବୁଲୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଦୀପିକା ଦିଲ୍ଲୀ ସହ ଜଡିତ ଏବଂ ସେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୨୦୧୪ରେ ସେ ରୋହିତ ରାଜ ଗୋୟଲଙ୍କୁ ବିବାହ କରିଥିଲେ । ଦୀପିକା ଦିୟା ଔର ବାତି ହମ ପରେ ଏହାର ସିକ୍ୱେଲ ତୁ ସୁରଜ ମେଁ ସାଂଝ ପିଆଜୀରେ କୌମିୟୋ ଭୂମିକାରେ ଅଭିନୟ କରିଥିଲେ ।

ଖବର ମୁତାବକ ଦୀପିକାଙ୍କୁ ସଲମାନ ସୋ ବିଗବସ ୧୨ ପାଇଁ ଆପ୍ରୋଚ କରାଯାଇଥିଲା ମାତ୍ର ଦୀପିକାଙ୍କ ତରଫରୁ କୌଣସି ସ୍ପଷ୍ଟ ଖବର ମିଳିନାହିଁ । ଯଦିଓ ଦୀପିକା ଏହି ସୋ’ରେ ଭାଗ ନେବେ ତେବେ ଏହା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ସବୁଠାରୁ ବଡ ଖୁସି ଖବର ସାବ୍ୟସ୍ତ ହେବ ।

Comments are closed.