ଅଯୋଧ୍ୟାରେ ଆଜି ରାମରହିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବ ଯୋଗୀ ସରକାର !

19

କନକ ବ୍ୟୁରୋ : ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅଯୋଧ୍ୟାରେ ଦୀପାବଳି ପାଳନ କରିବେ । ଏଥିପାଇଁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରା ଯାଇଛି । ଅଯୋଧ୍ୟା ସରଜୂ ନଦୀ କୂଳରେ ୧ ଲକ୍ଷ ୭୧ ହଜାର ଦୀପ ଲଗାଯିବ । ଯାହାକି ଏକ ରେକର୍ଡ ହେବ ।

ଏହା ପୂର୍ବରୁ ସର୍ବାଧିକ ଦୀପ ଲଗାଇବାର ରେକର୍ଡ ଡେରା ମୁଖ୍ୟ ରାମ ରହିମଙ୍କ ନାଁ ରେ ରହିଛି, ଯିଏ ବର୍ତମାନ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ସଜ୍ଜା କାଟୁଛନ୍ତି । ଗିନିଜ ବୁକ ରେକର୍ଡର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୬ ସେପ୍ଟେମ୍ବର ୨୩ରେ ୧ଲକ୍ଷ ୫୦ହଜାର ୯ ଦୀପ ହରିଆଣାରେ ଲଗାଯାଇଥିଲା । ପାଖାପାଖି ୧୫୩୧ଜଣ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ଡେରା ମୁଖ୍ୟ ରାମ ରହିମଙ୍କ ଦ୍ୱାରା ଅୟୋଜନ କରାଯାଇଥିଲା । ଆଜି ସଂଧ୍ୟାରେ ଅଯୋଧ୍ୟାରେ ଯୋଗୀ ପାଳିବେ ଦୀପାବଳି ।