ଦଶହରା ପରେ ଜମିଲା ଦୀପାବଳି ବଜାର ! ପୋଷାକପତ୍ର କିଣିବାକୁ ଉମରକୋଟ୍ ଲୁଗା ଦୋକାନରେ ପ୍ରବଳ ଗହଳି ।

50

କନକ ବ୍ୟୁରୋ : ନବରଙ୍ଗପୁରରେ ଜମିଲା ପୂଜା ବଜାର  । ଦଶହରା ଶେଷ ହୋଇଯାଇଛି ଆଉ ଆଗକୁ ଆସୁଛି ଦୀପାବଳି  । ଉମରକୋଟ୍ ହେଉଛି ନବରଂଗପୁର ଜିଲ୍ଲାର ସବୁଠାରୁ ବଡ଼ ସହର  । ତେଣୁ ଉମରକୋଟରେ ଦୋକାନଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଲାଣି  । ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ଅଧିକ କିଣାକିଣି ହେବାର ବି ଆଶା ବାନ୍ଧିଛନ୍ତି ବ୍ୟବସାୟୀ  । ଚାଲନ୍ତୁ ଦେଖିବା ନବରଂଗପୁରର ଦୀପାବଳି ମାର୍କେଟ୍  ।

ଦଶହରା ପରେ ଆସୁଛି ଦୀପାବଳି । ଉମରକୋଟରେ ଜମିଲା ପୂଜା ବଜାର୍ । ଲୁଗା ବଜାରରେ ଲାଗିଛି ଗହଳି  । ଗ୍ରାହକ କିଣୁଛନ୍ତି ମନ ମୁତାବକ ଡ୍ରେସ, ଶାଢ଼ୀ ଓ ଅନ୍ୟ ପୋଷାକ  । ସେପଟେ ପାର୍ବଣ ବଜାରକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମଧ୍ୟ ଦେଉଛନ୍ତି ରିହାତି ପରେ ରିହାତି । ନବରଂଗପୁର ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବେ ପରିଚିତ ଉମରକୋଟ୍ ବଜାର  । ଦଶହରା ଶେଷ ହେବା ପରେ ଦୀପାବଳି ପାଇଁ ଲୋକେ ଆରମ୍ଭ କରିଛନ୍ତି ଲୁଗାପଟା କିଣାକିଣି  । ଆଉ ଚଳିତ ବର୍ଷ ଭଲ ଚାଷ ହୋଇଥିବାରୁ ଦି ପଇସା ଅଧିକ ରୋଜଗାରର ମଧ୍ୟ ଆଶା ବାନ୍ଧିଛନ୍ତି ଉମରକୋଟର ଲୁଗା ବ୍ୟବସାୟୀ  ।

ଭଳିକି ଭଳି ଡିଜାଇନ୍, କିସମ କିସମର ଡ୍ରେସ୍ ମାଟେରିଆଲ୍ ଗ୍ରାହକଙ୍କ ମନ ମୋହୁଛି । ସହରରେ ପ୍ରାୟ ୩୦ରୁ ଉଦ୍ଧ୍ୱର୍ କପଡ଼ା ଦୋକାନ୍ ରହିଥିବା ବେଳେ ବ୍ୟବସାୟୀ ସୁଦୁର ସୁରଟ୍ ଓ କୋଲକାତାରୁ ସିଧାସଳଖ ଫ୍ୟାକ୍ଟ୍ରିରୁ ଲୁଗା କିଣିଛନ୍ତି  । ଜିଲ୍ଲାରେ ବଙ୍ଗୀୟ ତଥା ଅଣଓଡ଼ିଆ ସମ୍ପ୍ରଦାୟ ଅଧିକ ଥିବାରୁ ଦୀପାବଳିରେ ଅଧିକ କିଣାକିଣି ହେବାର ବ୍ୟବସାୟୀ କହୁଛନ୍ତି  । ଏଠିକାର ଲୋକଙ୍କ ପାଇଁ ମକାଚାଷ ହେଉଛି ଆୟର ମୁଖ୍ୟ ଉତ୍ସ, ଆଉ ଚଳିତବର୍ଷ ଭଲ ମକା ଚାଷ ହୋଇଥିବାରୁ ଅଧିକ କିଣାକିଣି କରିବାକୁ ବାସିନ୍ଦା ପସନ୍ଦ କରିବା କୁହାଯାଉଛି  । ଦଶହରାରେ ମଧ୍ୟ ଉମରକୋଟର ଲୁଗା ବ୍ୟବସାୟୀ ଭଲ ରୋଜଗାର କରିଥିଲେ ଆଉ ଦୀପାବଳିରେ ମଧ୍ୟ ଭଲ ବ୍ୟବସାୟ ହେବ, ଗହଳିରୁ ଏତିକି ଅନ୍ତତଃ ନିଶ୍ଚିତ ହୋଇଛି  ।