ଆଜି ଆଲୋକର ପର୍ବ ଦୀପାବଳି । ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ମାହୋଲ

ପୁରୀରେ ପୟାଶ୍ରାଦ୍ଧ ପାଇଁ ଭିଡ

84

କନକ ବ୍ୟୁରୋ: ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ଦିପ ଜଳାଇ ବାଣ ଫୁଟାଇ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ଦୀପାବଳିରେ ଘରେ ଘରେ ରଙ୍ଗୋଲି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରି ଖାଇବା ସହ ଲୋକେ ଦିପାବଳିର ଖୁସି ମନାଇଛନ୍ତି । ଘରେ ଘରେ ଏଥିପାଇଁ ପ୍ରସ୍ତତି ଚାଲିଛି । ପ୍ରତ୍ୟେକ ଘରେ ଜୀବନ ଓ ପ୍ରତ୍ୟେକ ମୁହଁରେ ହସ ପାଇଁ ଦୀପାବଳୀ ପାଳନ କରାଯାଏ । କୁହାଯାଏ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳୀରେ ଅଯୋଧ୍ୟା ଫେରିଥିଲେ ।

ଅଯୋଧ୍ୟାବାସୀ ଘୃତ-ଦୀପ ଜାଳି ରାମଙ୍କୁ ସ୍ୱାଗତ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ସେହି ଦିନ ମଧ୍ୟ ଥିଲା ଦୀପାବଳୀ । ଦୀପାବଳୀ ପାଇଁ ଆଜି ପୁରୀରେ ପୟା ଶ୍ରାଦ୍ଧ ଦିଆଯାଉଛି । ଶହ ଶହ ଲୋକ କାଉଁରିଆ କାଠ ଜାଳି ଏକ ସ୍ୱରରେ ବଡବଡୁଆ ଡାକୁଛନ୍ତି । ବିନ୍ଦୁସାଗରରେ ମଧ୍ୟ ପିତୃପରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭିଡ ହୋଇଛି ।

ସେପଟେ, ଦିବ୍ୟାଙ୍ଗ ପାଳିଲେ ଦୀପାବଳି । ରାଜଧାନୀ ଭୁବନେଶ୍ୱରରେ ଏକ ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ପ୍ରାୟ ୩ ଶହ ଦିବ୍ୟାଙ୍ଗ ମହିଳା । ପିପୁଲ୍ସ ଫୋରମ୍ ପକ୍ଷରୁ ଇନଫୋସିଟି ଅଂଚଳରେ ଆୟୋଜିତ ହୋଇଥିଲା ଏହି ନିଆରା ଦୀପାବଳି ଉତ୍ସବ । ଏହି କାର୍ଯ୍ୟକ୍ରମରେ ମାନସିକ ଦିବ୍ୟାଙ୍ଗ ମହିଳାମାନେ ଏକାଠି ହୋଇ ଦିପ ଜଳାଇଥିଲେ । ଏହା ସହ ବିଭିନ୍ନ ପ୍ରକାର ବାଣ ଫୁଟାଇ ଦୀପାବଳିର ଖୁସି ମନାଇଥିଲେ ଏହି ମହିଳାମାନେ । ଏହି ନିଆରା ଦୀପାବଳି ଉତ୍ସବରେ ପିପୁଲ୍ସ ଫୋରମ୍ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଦିବ୍ୟାଙ୍ଗ ମହିଳାମାନେ ନୃତ୍ୟ ଗୀତର ଆନନ୍ଦ ଉପଭୋଗ କରିବା ସହ ଦୀପାବଳିର ମଜା ଉଠାଇଥିଲେ ।