ଆପଣ ଜାଣନ୍ତି କି ଭାରତକୁ ବାଦ ଦେଲେ ଆଉ କେଉଁ କେଉଁ ଦେଶରେ ପାଳନ ହୁଏ ଦୀପାବଳି ? ଆସନ୍ତୁ ଜାଣିବା..

ଆଗାମୀ ୭ ତାରିଖରେ ସାରା ଦେଶ ପାଳନ କରିବ ଆଲୋକର ପର୍ବ।

165

ବର୍ଷକୁ ଥରେ ଦୀପାବଳୀ ଏକ ଖୁସିର ଅବସର ନେଇ ଆସିଥାଏ । ପ୍ରତିଟି ଘରେ ପ୍ରତିଟି ପରିବାରରେ ଏକ ଖୁସିର ଲହଢି ଖେଳିଯାଇଥାଏ । ଆଗାମୀ ୭ ତାରିଖରେ ସାରା ଦେଶ ପାଳନ କରିବ ଆଲୋକର ପର୍ବ। ଏହି ଦିନରେ ଲୋକେ କିଣାକିଣି କରିବା, ଘର ସଜାଇବା ଓ ନିଜର ଲୋକଙ୍କ ପାଇଁ ଉପହାର କିଣିବାରେ ଲାଗିପଡ଼ିଛନ୍ତି। ମାତ୍ର ଆପଣ ଭାବୁଥିବେ ଯେ ଏହି ପର୍ବ କେବଳ ଭାରତରେ ପାଳନ କରାଯାଏ। ଯଦି ଆପଣ ସେପରି ଭାବୁଛନ୍ତି ତେବେ ଆପଣ ପୂରାପୂରି ଭାବେ ଭୁଲ୍। କାହିଁକି ନା, ଦୀପାବଳି କେବଳ ଭାରତରେ ପାଳନ କରାଯାଏ ନାହିଁ। ଭାରତ ପରି ଆହୁରି ଅନେକ ଦେଶର ଲୋକେ ଦୀପାବଳୀକୁ ବଡ଼ ଧୂମଧାମରେ ପାଳନ କରିଥାନ୍ତି।

ଭାରତର ଲୋକମାନେ ଯେଉଁଭଳି ଭାବେ ଏହି ଦିନଟିକୁ ମନ ଭରି ଉପଭୋଗ କରିଥାନ୍ତି ଅନ୍ୟ କେତେକ ଦେଶରେ ମଧ୍ୟ ଲୋକମାନେ ଏହି ଦିନଟିକୁ ବେଶ ଧୁମଧାମରେ ପାଳନ କରନ୍ତି । ସେହି ଦେଶଗୁଡ଼ିକ ଭିତରେ ରହିଛନ୍ତି ଫୁଜି, ଇଣ୍ଡୋନେସିଆ, ମାଲେସିଆ, ମରିସସ୍, ନେପାଳ, ଶ୍ରୀଲଙ୍କା, କାନ୍ନଡା, ସିଙ୍ଗାପୁର, ଇଂଲଣ୍ଡ, ତ୍ରିନିଦାଦ୍ ଓ ତୋବାଗୋ।

ଉପୋରୋକ୍ତ ଦେଶକୁଡ଼ିକ ମଧ୍ୟ ଆଲୋକରେ ଘରକୁ ସଜାଇ, ରଙ୍ଗୋଲି କରି ଦୀପାବଳୀ ମନାଇବା ସହ ବାଣ ଫୁଟାଇ ଥାଆନ୍ତି। ଅବଶ୍ୟ ଏହି ସଂସ୍କୃତି ଭାରତର। ମାତ୍ର ଏହା ଧୀରେ ଧୀରେ ଭିନ୍ନ ଭିନ୍ନ ଦେଶରେ ପାଳନ ହେଉଛି। ଆଲୋକର ପର୍ବ ହୋଇଥିବା ହେତୁ ଏହା ଅତି ସହଜରେ ଅନେକ ଦେଶରେ ଆଦୃତି ଲାଭ କରିଛି।