ଦିୱାଲି ଆଗରୁ ନୂଆ ବୋହୂ ପରି ସଜେଇ ହୋଇଛି ଅଯୋଧ୍ୟାନଗରୀ । ଆଜି ଦୀପୋତ୍ସବରେ ସରଜୁ ନଦୀ କୂଳରେ ଏକାଠି ଜଳିବ ୫ ଲକ୍ଷ ଦୀପ

ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ବାହୁଡା ଉତ୍ସବରେ ଚଳଚଂଚଳ ସାରା ସହର

277

କନକ ବ୍ୟୁରୋ: ଦୀପାବଳୀ ଅବସରରେ ଅଯୋଧ୍ୟାରେ ଆୟୋଜନ ହେଉଛି ବିଶାଳ ଦୀପଦାନ କାର୍ଯ୍ୟକ୍ରମ । ଅଯୋଧ୍ୟାର ସମସ୍ତ ଘାଟରେ ଆଜି ଏକ ସମୟରେ ଜଳିବ ପ୍ରାୟ ୫ ଲକ୍ଷ ୫୧ ହଜାର ଦୀପ । ଏଭଳି ଏକ ବିଶାଳ ଆୟୋଜନ କରିଛନ୍ତି ଯୋଗୀ ସରକାର । ଏହା ସହ ୨୨୬ କୋଟି ଟଙ୍କା ବ୍ୟୟର ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯିବ । କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ସାଂସଦ ଓ ରାଜ୍ୟର ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ । ଏବେ ଅଯୋଧ୍ୟାରେ ଶ୍ରୀରାମଙ୍କ ସଂପର୍କୀତ ବିଭିନ୍ନ ମେଢ଼ର ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଏହି ଯାତ୍ରା ସାକେତ ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ରାମକଥା ପାର୍କ ନିକଟରେ ଶେଷ ହେବ । ବିଭିନ୍ନ ଦେଶର କଳାକାର ଏଥିରେ ଭାଗ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ପ୍ରାୟ ଅପରାହ୍ନ ୪ଟାରେ ଶୋଭାଯାତ୍ରା ଆରମ୍ଭ କରିବେ । ଶ୍ରୀରାମ ସୀତାଙ୍କ ରାମକଥା ପାର୍କରେ ହେଲିକପ୍ଟରରୁ ପ୍ରତିକାତ୍ମକ ଅବତରଣ ଓ ଭରତ ମିଳନ କାର୍ଯ୍ୟକ୍ର୍ରମ ହେବ । ରାମନଗରୀ ଅଯୋଧ୍ୟାରେ ଦୀପତ୍ସବ ପାଇଁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଷ୍ଠାର ସହ ଲାଗିପଡ଼ିଛନ୍ତି । ହାରାହାରି ୬ ହଜାର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏହି ଉତ୍ସବକୁ ସାର୍ଥକ କରିବାରେ ଲାଗିପଡ଼ଛନ୍ତି । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ୧୨ଟି ଘାଟରେ ଦୀପ ସଜେଇବାରେ ଲାଗିପଡ଼ିଛନ୍ତି ।