ଦୀପାବଳୀ ପାଇଁ ବଜାରରେ ଲାଗିଲାଣି ଇଲେକ୍ଟ୍ରି ସାମଗ୍ରୀର ସେଲ୍ ! ଘରକୁ ଯଦି ଫ୍ରିଜ୍ ଆଣିବା କଥା ଚିନ୍ତା କରୁଛନ୍ତି ତେବେ କିଭଳି ଚୟନ କରିବେ ଜାଣିରଖନ୍ତୁ ।

419

ଦୀପାବଳୀ ପାଇଁ ବଜାରରେ ଏବେ ବିଭିନ୍ନ ସାମଗ୍ରୀରେ ସେଲ୍ ଲାଗିଛି । ମନମୁତାବକ ଅଫର୍ ସାଙ୍ଗକୁ ଏହି ସମୟରେ ଗ୍ରାହକ ଉପଯୁକ୍ତ ସାମଗ୍ରୀ କିଣିବାକୁ ଆଗ୍ରହ ଦେଖାଇଥାନ୍ତି । ଏହି ଅବସରରେ ଯଦି ଆପଣ ଫ୍ରିଜ୍ କିଣିବାକୁ ଚାହୁଁଛନ୍ତି ତେବେ ଏ ଦିଗ ଉପରେ ଧ୍ୟାନ ଦେଇ ଫ୍ରିଜ୍ କିଣିବାକୁ ଯାଆନ୍ତୁ ଫାଇଦାରେ ରହିବେ । ଆଜି ଆମେ ଆପଣଙ୍କୁ ଫ୍ରିଜ୍ ଟେକନିକ୍ ଉପରେ କିଛି ଏଭଳି କଥା କହିବାକୁ ଯାଉଛୁ ଯେଉଁଥିରେ ଫ୍ରିଜ୍ କିଣିବା ପୂର୍ବରୁ ଆପଣଙ୍କୁ ଏହା ଉପରେ ଅଧିକ ଆଇଡିଆ ଆସିବ ।

ରେଫ୍ରିଜିରେଟରର ଟେକନିକ୍ ବିଶେଷତା :

ଯେକୌଣସି ରେଫ୍ରିଜିରେଟରରେ ତିନୋଟି ବିଶେଷତା ରହିଥାଏ । ପ୍ରଥମ କମ୍ପ୍ରେସନ୍ ,ଦ୍ୱିତୀୟ କଣ୍ଡନସେସନ୍ ଏବଂ ତୃତୀୟ ଇବେପୋରେସନ୍ । ଏହାଛଡା ଫ୍ରିଜର ମୁଖ୍ୟ ଭାଗରେ ଥିବା ତାପମାନ ୪ ରୁ ୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା ଆବଶ୍ୟକ । ଅନ୍ୟପକ୍ଷରେ ଫ୍ରିଜରର ତାପମାନ ୦ ଡିଗ୍ରୀରୁ କମ୍ ରହିବା ଆବଶ୍ୟକ । ଫ୍ରିଜର ରେସୟୋ ୮୦:୨୦ ବା ୭୦:୩୦ ରହିବା ଆବଶ୍ୟକ । ଯେଉଁଥିରେ ମୁଖ୍ୟଭାଗ ବଡ ଏବଂ ଫ୍ରିଜର ଛୋଟ ରହିବା ଆବଶ୍ୟକ । ଆଜିକାଲି ଏଭଳି ଫ୍ରିଜ୍ ମଧ୍ୟ ବଜାରରେ ଉପଲବ୍ଧ ହେଲାଣି ଯେଉଁଥିରେ ଫ୍ରିଜକୁ ଆପଣ ନିଜ ହିସାବରେ କନଭର୍ଟ କରିପାରିବେ ଅର୍ଥାତ୍ ଯଦି ଆପଣ ମୁଖ୍ୟଭାଗକୁ ଫ୍ରିଜର୍ ଏବଂ ଫ୍ରିଜରକୁ ମୁଖ୍ୟଭାଗ ଭଳି କାମ କରିବାକୁ ଚାହୁଁଛନ୍ତି ତେବେ ଏହା ସମ୍ଭବ । କିନ୍ତୁ ଏହା କିଛିଟା ଫ୍ରିଜରେ କରିବା ସମ୍ଭବ ।

 

ଇନଭର୍ଟର ଟେକନିକ୍ :

ଏହି ଟେକନିକ୍ ପାୱାର କମ୍ପ୍ରେସର ୟୁନିଟକୁ ଅପ୍ଟିମାଇଜ୍ କରିଥାଏ । ଯେକୌଣସି ରେଫ୍ରିଜିରେଟରରେ ସାମାନ୍ୟ ଅନ୍ତରାଳ ପରେ ପାୱାର ଅଟୋମାଟିକ୍ ଅନ୍ ଏବଂ ଅଫ୍ ହୋଇଥାଏ । ବାରମ୍ବାର ଅନ୍ ଅଫ୍ ହେବା ପରେ ବିଜୁଳୀ ଅଧିକ ମାତ୍ରାରେ ବ୍ୟାଘାତ ହୋଇଥାଏ । ଇନଭର୍ଟର ଟେକନିକ୍ ରହିବା କାରଣରୁ ଫ୍ରିଜ୍ ଅଲଗା ଅଲଗା ସ୍ପୀଡରେ ଚାଲିଥାଏ ଏବଂ ଥଣ୍ଡା ମଧ୍ୟ ହୋଇଥାଏ । ସାମାନ୍ୟ ଦାମଠାରୁ ଅଧିକ ଦାମ୍ ରହୁଥିବା ଫ୍ରିଜରେ ଭିନ୍ନ ଟେକନିକ୍ ଥାଏ । ବ୍ୟୁରୋ ଅଫ୍ ଏଫିସିଏନ୍ସି (ବିଇଇ) କୌଣସି ଫ୍ରିଜର ବିଜୁଳୀ ହିସାବକୁ ନେଇ ରେଟିଙ୍ଗ୍ ଦେଇଥାଏ । ୫ ଷ୍ଟାର ଦିଆଯାଇଥିବା ଫ୍ରିଜ୍ ଖୁବ୍ କମ୍ ବିଜୁଳୀ ନେଉଥିବା ବେଳେ ୧ ଷ୍ଟାର ଦିଆଯାଇଥିବା ଫ୍ରିଜ୍ ଅଧିକ ବିଜୁଳୀ ନେଉଥିବା ମନାଯାଏ ।

ବେଷ୍ଟ୍ ଫ୍ରିଜ୍ ଚୟନ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ :

୧ . ବିଜୁଳୀ ବଞ୍ଚାଇବା ପାଇଁ ୫ ଷ୍ଟାର ରେଟିଙ୍ଗପ୍ରାପ୍ତ ଫ୍ରିଜ୍ କିଣନ୍ତୁ ।

୨ . ଫ୍ରୋଷ୍ଟ ଫ୍ରି ରେଫ୍ରିଜେରେଟର ଆପଣଭ୍କ ପାଇଁ ଭଲ ସାବ୍ୟସ୍ତ ହୋଇପାରେ ।

୩ . ବିଲ୍ଟ ଇନ୍ ଷ୍ଟାବେଲାଇଜର୍ ଚୟନ କରନ୍ତୁ ।