‘ବେଟି ବଚାଓ’ ନୁହେଁ ‘ବେଟି କୋ ବଚାଓ’! ଦୁଷ୍କର୍ମ ଘଟଣାରେ ମୋଦିଙ୍କୁ ଦିବ୍ୟଙ୍କାଙ୍କ ଟୁଇଟ୍

29

ଝିଅର ମା’ ହେବାପାଇଁ ଡରୁଛନ୍ତି ଛୋଟ ପରଦାର ବଡ ନାୟିକା ଦିବ୍ୟଙ୍କା ତ୍ରିପାଠୀ । ହେଲେ ତାଙ୍କର ଏହି ଡର ନିଜ କ୍ୟାରିୟର୍ କିମ୍ବା ପୁଅ ମୋହ ପାଇଁ ନୁହେଁ । ବରଂ ଝିଅ ମାନଙ୍କ ପ୍ରତି ଦିନକୁ ଦିନ ବଢୁଥିବା ଅତ୍ୟାଚାର ପାଇଁ ।
ମହିଳା ମାନଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ଏବଂ ଅତ୍ୟାଚାର ଭଳି ଘଟଣାରେ ଭାଙ୍ଗି ପଡିଛନ୍ତି ଦିବ୍ୟଙ୍କା । ନିକଟରେ ଚଣ୍ଡିଗଡରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଛି । ଆଉ ଦିବ୍ୟଙ୍କାଙ୍କୁ ଖୁବ୍ ଆଘାତ ଦେଇଛି ଏହି ଘଟଣା । ଦିବ୍ୟଙ୍କା ଏନେଇ ଲଗାତାର ଟୁଇଟ୍ ପରେ ଟୁଇଟ୍ କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଟୁଇଟ୍ ଜରିଆରେଏକ ବଡ ଅନୁରୋଧ କରିଛନ୍ତି ୟେ ହୈ ମୋହବତେଁର ନାୟିକା ।

ଦିବ୍ୟଙ୍କା ଟୁଇଟ୍ କରି କହିଛନ୍ତି ‘ବେଟି ବଚାଓ’ ନୁହେଁ ଏବେ ‘ବେଟି କୋ ବଚାଓ’ ସମୟ ହୋଇଛି । ଏହା ସହ ଆଉ ଏକ ଟୁଇଟ୍ କରି କହିଛନ୍ତି, ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଦୁଷ୍କର୍ମକାରୀ ରୂପି ଅଳିଆକୁ ଦେଶରୁ ହଟାଇବା ଉଚିତ୍ । ଏହାସହ ଲେଖିଛନ୍ତି ଏପରି ଘଟଣା ପରେ ଝିଅର ମା’ ହେବାକୁ ମୋତେ ଡର ଲାଗୁଛି ।

ଉଲ୍ଲେଖଯୋଗ୍ୟ, ଚଣ୍ଡିଗଡରେ ସ୍ୱାଧୀନତା ଦିବସ ପାଳନ କରିସାରି ଜଣେ ୧୨ ବର୍ଷୀୟା ନାବାଳିକା ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା । ଏହି ଘଟଣା ପରେ ଦିବ୍ୟଙ୍କା ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଥିଲେ । ଆଉ ଏନେଇ ଲଗାତାର କିଛି ଟୁଇଟ୍ କରିଥିଲେ । ଆଉ ସର୍ବପ୍ରଥମେ କହିଥିଲେ ‘ଆମେ ଏପରି ଜଘନ୍ୟ ଅପରାଧ ପାଇଁ ଜଘନ୍ୟ ଦଣ୍ଡ ଦେଇ ପାରୁନେ ? ଆଉ ଏକ ଦୁଷ୍କର୍ମ , ଆମେ କୋଉ ସ୍ୱାଧୀନତା କଥା କହୁଛେ’ ।