ଦିବ୍ୟଙ୍କା ତ୍ରିପାଠୀଙ୍କୁ ମାରିଲା ସୋସିଆଲ୍ ମିଡିଆ ! ଗୁଜବ ପରେ ଜୀବିତ ଥିବା ନେଇ କଲେ ଟୁଇଟ୍

30

ଛୋଟ ପରଦାର ବଡ ନାୟିକା ଦିବ୍ୟଙ୍କା ତ୍ରିପାଠୀଙ୍କୁ ମାରିଦେଲା ସୋସିଆଲ୍ ମିଡିଆ । ଜୀବିତ ଥାଉ ଥାଉ ଭାଇରାଲ୍ ହେଲା ‘ୟେ ହୈ ମୋହବେତେଁ’ର ନାୟିକା ଦିବ୍ୟଙ୍କାଙ୍କ ମୃତ୍ୟୁ ଖବର । ଅମିନା ନାମକ ଜଣେ ଟୁଇଟର୍ ୟୁଜରଙ୍କ ମେସେଜ୍ ଆଶ୍ଚର୍ଯ୍ୟ କରିବା ସହ କ୍ଷୁବ୍ଧ କରିଛି ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ । ତେବେ ଦିବ୍ୟଙ୍କାଙ୍କ ନିକଟରେ ତାଙ୍କ ମୃତ୍ୟୁ ଖବର ପହଂଚିବା ପରେ ସେ ନିଜେ ମଧ୍ୟ ବ୍ୟସ୍ତ ହୋଇ ଟୁଇଟ୍ କରିଛନ୍ତି । କହିଛନ୍ତି , କେହି ଜଣେ ମୋ ମୃତ୍ୟୁର ମିଛ ଖବର ପ୍ରଚାର କରୁଛି । ମୁଁ ଏବେ ବଂଚିଛି । ଦୟାକରି ଏପରି ଗୁଜବ କରି ମୋ ପରିବାର ଏବଂ ବନ୍ଧୁ ମାନଙ୍କୁ ହଇରାଣ କରନ୍ତୁ ନାହିଁ ।

ଅମିନା ଟୁଇଟ୍ କରି କହିଛନ୍ତି , ‘ଦିଦି ମତେ ବିଶ୍ୱାସ ହେଉନାହିଁ । କାନ୍ଦି କାନ୍ଦି ଏହି ଟୁଇଟ୍ କରୁଛି । ଦିଦି ଆପଣ ସର୍ବଦା ମୋ ହୃଦୟରେ ରହିବେ’ । ଏହି ଟୁଇଟ୍ ଖୁବ୍ ଜୋରରେ ଭାଇରାଲ୍ ହେବା ପରେ ଦିବ୍ୟଙ୍କା ନିଜେ ଜୀବତ ଥିବା କଥା ଜଣାଇଥିଲେ । ଆଉ ଦିବ୍ୟଙ୍କାଙ୍କ ଏହି ଟୁଇଟ୍ ପରେ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । ତେବେ ଗୁଜବ କରିଥିବା ଟୁଇଟର ୟୁଜର୍ ଦିବ୍ୟଙ୍କାଙ୍କ ପ୍ରଶଂସକଙ୍କ କ୍ଷୋଭର ଶିକାର ହୋଇଛନ୍ତି । ତେବେ ଏପରି ଗୁଜବର ଶିକାର ହେବାରେ ଦିବ୍ୟଙ୍କା ପ୍ରଥମ ସେଲିବ୍ରିଟି ନୁହଁନ୍ତି । ତାଙ୍କ ପୂର୍ବରୁ ଦିଲ୍ଲୀପ୍ କୁମାର ଏବଂ ଯୋଗଗୁରୁ ବାବା ରାମଦେବ ମଧ୍ୟଙ୍କୁ ମୃତ ଘୋଷଣା କରିଥିଲା ସୋସିଆଲ୍ ମିଡିଆ । ଏପରିକି ଦିଲ୍ଲୀପ୍ କୁମାର୍ ନିଜେ ଟୁଇଟ୍ କରି ସୁସ୍ଥ ଥିବା କଥା କହିଥିଲେ ।

Divyanka Tripathi Tweets To PM Modi

କିଛି ଦିନ ତଳେ ଦିବ୍ୟଙ୍କା ଆଉ ଏକ ଟୁଇଟ୍ ଭାଇରାଲ୍ ହୋଇଥିଲା । ଦେଶ ବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏହି ମେସେଜ୍ । ଦିବ୍ୟଙ୍କା କହିଥିଲେ ଝିଅର ମା’ ହେବାପାଇଁ ଡରୁଛି । ହେଲେ ତାଙ୍କର ଏହି ଡର ନିଜ କ୍ୟାରିୟର୍ କିମ୍ବା ପୁଅ ମୋହ ପାଇଁ ନୁହେଁ । ବରଂ ଝିଅ ମାନଙ୍କ ପ୍ରତି ଦିନକୁ ଦିନ ବଢୁଥିବା ଅତ୍ୟାଚାର ପାଇଁ ।
ମହିଳା ମାନଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ଏବଂ ଅତ୍ୟାଚାର ଭଳି ଘଟଣା ଦିବ୍ୟଙ୍କାଙ୍କୁ କଷ୍ଟ ଦେଇଥିଲା । ନିକଟରେ ଚଣ୍ଡିଗଡରେ ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିଲା । ଯାହା ଦିବ୍ୟଙ୍କାଙ୍କୁ ଖୁବ୍ ଆଘାତ ଦେଇଥିଲା । ଦିବ୍ୟଙ୍କା ଏନେଇ ଲଗାତାର ଟୁଇଟ୍ ପରେ ଟୁଇଟ୍ କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ଟୁଇଟ୍ ଜରିଆରେଏକ ବଡ ଅନୁରୋଧ କରିଛନ୍ତି ୟେ ହୈ ମୋହବତେଁର ନାୟିକା ।

ଦିବ୍ୟଙ୍କା ଟୁଇଟ୍ କରି କହିଥିଲେ ‘ବେଟି ବଚାଓ’ ନୁହେଁ ଏବେ ‘ବେଟି କୋ ବଚାଓ’ ସମୟ ହୋଇଛି । ଏହା ସହ ଆଉ ଏକ ଟୁଇଟ୍ କରି କହିଥିଲେ, ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଦୁଷ୍କର୍ମକାରୀ ରୂପି ଅଳିଆକୁ ଦେଶରୁ ହଟାଇବା ଉଚିତ୍ । ଏହାସହ ଲେଖିଛନ୍ତି ଏପରି ଘଟଣା ପରେ ଝିଅର ମା’ ହେବାକୁ ମୋତେ ଡର ଲାଗୁଛି ।

ଉଲ୍ଲେଖଯୋଗ୍ୟ, ଚଣ୍ଡିଗଡରେ ସ୍ୱାଧୀନତା ଦିବସ ପାଳନ କରିସାରି ଜଣେ ୧୨ ବର୍ଷୀୟା ନାବାଳିକା ଘରକୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା । ଏହି ଘଟଣା ପରେ ଦିବ୍ୟଙ୍କା ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଥିଲେ । ଆଉ ଏନେଇ ଲଗାତାର କିଛି ଟୁଇଟ୍ କରିଥିଲେ । ଆଉ ସର୍ବପ୍ରଥମେ କହିଥିଲେ ‘ଆମେ ଏପରି ଜଘନ୍ୟ ଅପରାଧ ପାଇଁ ଜଘନ୍ୟ ଦଣ୍ଡ ଦେଇ ପାରୁନେ ? ଆଉ ଏକ ଦୁଷ୍କର୍ମ , ଆମେ କୋଉ ସ୍ୱାଧୀନତା କଥା କହୁଛେ’ ।