ଟେଲିଭିଜନର ଲୋକପ୍ରିୟ ଯୋଡ଼ି ଦିବ୍ୟଙ୍କା ଓ ବିବେକ ଜିତିଲେ ‘ନଚ୍ ବଲିୟେ ସିଜିନ୍ ୮’ ! ଜାଣନ୍ତୁ ପୁରସ୍କାର ରକମ କେତେ ଥିଲା

33

ଷ୍ଟାରପ୍ଲସର ଲୋକପ୍ରିୟ ରିୟାଲିଟି ସୋ’ ‘ନଚ୍ ବଲିୟେ ସିଜିନ୍ ୮’ ର ବିଜେତା ଘୋଷିତ ହୋଇଛନ୍ତି ଟିଭିର ଲୋକପ୍ରିୟ ଯୋଡ଼ି ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିୟା । ଉଭୟେ ସନମ ଜୋହର-ଅଭିଗିଲ ପାଣ୍ଡେ, ସନୟା ଇରାନୀ-ମୋହିତ ସେହଗଲ ଯୋଡିକୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ।  ଉଭୟେ ଟ୍ରଫି ବ୍ୟତୀତ ୩୫ ଲକ୍ଷର କ୍ୟାସ୍, ହୀରୋ ମ୍ୟାନଷ୍ଟ୍ରୋ ଓ ଓରା ଜୁଏଲରୀ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଅଭିଗିଲ–ସନମ ଦ୍ୱିତୀୟ ସ୍ଥାନରେ ରହିବା ସହ ସନୟା-ମୋହିତ ତୃତୀୟ ସ୍ଥାନରେ ରହିଥିଲେ ।

ଏହି ମଉକାକୁ ରଣବୀର କପୁରଙ୍କ ଉପସ୍ଥିତି ଅଧିକ ଖାସ୍ କରିଥିଲା । ‘ନଚ୍ ବଲିୟେ ୮’ର ଏହି ସିଜିନକୁ ରଣବୀର କପୁର ଓ କ୍ୟାଟ୍ରିନା କୈଫ୍ ତାଙ୍କର ଆଗାମୀ ସିନେମା ‘ଜଗା ଜାସୁସ’ର ପ୍ରମୋସନ ପାଇଁ ଆସିଥିଲେ । ଏହାସହ ବିଗତ ସିଜିନର ଜିତିଥିବା ଯୋଡ଼ି ମଧ୍ୟ ଏହି ମଞ୍ଚରେ ନିଜ ନୃତ୍ୟର ଜଲୱା ଦେଖାଇଥିଲେ । ସୋ’ର ଜଜ୍ ସୋନାକ୍ଷୀ ସିହ୍ନା, ଟେରେନ୍ସ ଲୁଇସ୍ ଓ ମୋହିତ ସୁରୀ ମଧ୍ୟ ଏହି ନଚ ବଲିୟେ ୮ ଫିନାଲେରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

                                          ସୌଜନ୍ୟ – ଅମର ଉଜାଲା 

 ଏହାସହ ପଢ଼ନ୍ତୁ – ଜନ୍ ଆବ୍ରାହମଙ୍କ ଅଭୀନିତ ସିନେମା ‘ପରମାଣୁ-ଦ ଷ୍ଟୋରୀ ଅଫ ପୋଖରାନ’ର ପ୍ରଥମ ପୋଷ୍ଟର ଜାରି !