ନୀଳ ଆକାଶରେ ପକ୍ଷୀ ପରି ଉଡିଲେ ଦିବ୍ୟାଙ୍ଗ। ଭୁବନେଶ୍ୱର ବିମାନ ବନ୍ଦରରୁ ଉଡାଣ ଭରିଲେ ୪୮ ଦିବ୍ୟାଙ୍ଗ। ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ କଲେ ଯାତ୍ରା

299

କନକ ବ୍ୟୁରୋ: ଆକାଶରେ ଉଡିଲେ ଦିବ୍ୟାଙ୍ଗ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ଉଡାଣ ଭରିଛନ୍ତି ୪୮ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ପାଖାପାଖି ୪୦ ମିନିଟ ଆକାଶରେ ଉଡିବେ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ମନ୍ତ୍ରୀ ଅଶୋକ ପଣ୍ଡା ଏହି ଡ୍ରିମ ଫ୍ଲାଇଟର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଅଂଚଳର ଆର୍ଥିକ ଅନୁନ୍ନତ ପରିବାରର ୪୦ ଜଣ ଓ ୮ ଜଣ ବାରିପଦା ଆଦିବାସୀ ଅଂଚଳର ଛାତ୍ରଛାତ୍ରୀ ଆକାଶରେ ଉଡିଛନ୍ତି । ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିମାନ ବନ୍ଦର ପରିସରରେ ଚିତ୍ରକଳା ପ୍ରଦର୍ଶନୀ କରାଯାଇଥିଲା । କେକ୍ କଟାଯିବା ସହିତ ସଂଗୀତ ପରିବେଷଣ କରାଯାଇଥିଲା । ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନେ ଉଡାଣ କରିଛନ୍ତି । ରାଜ୍ୟ ସରକାର ସହଯୋଗ ଓ ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ସେମାନେ ବିମାନରେ ଉଡାଣ ଭରିଛନ୍ତି ।

ଆଜି ନୀଳ ଆକାଶରେ ପକ୍ଷୀ ପରି ଉଡିବା ସହ ଦୂର ଦିଗବଳୟରୁ ଦୁନିଆକୁ ଆଖି ଭରି ଦେଖିଛନ୍ତି ରାଜ୍ୟର ୪୮ ଜଣ ଦିବ୍ୟାଙ୍ଗ ପିଲା । ଆଲିଆନ୍ସ ଏୟାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆଜି ଏହି ଦିବ୍ୟାଙ୍କ ପିଲାଙ୍କ ଆକାଶରେ ଉଡିବାର ସ୍ୱପ୍ନ ସାକାର ହୋଇପାରିଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସକାଳ ୯.୨୫ରେ ଉଡାଣ ଭରିଛନ୍ତି ଏମାନେ । ନୀଳ ଆକାଶରେ ପ୍ରାୟ ୪୦ ମିନିଟ କାଳ ଏମାନେ ବିମାନରେ ଉଡିଥିଲେ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢ଼ୀ ଟ୍ୱିଟ୍ କରି ଏୟାର ଇଣ୍ଡିଆ CMD ଓ ଆଲିଆନ୍ସ ଏୟାର CEOଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶଂସନୀୟ ଉଦ୍ୟମ ପାଇଁ ଓଡ଼ିଶା ସରକାରଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।