କଲିକତା ହାଇକୋର୍ଟଙ୍କ ରାୟ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ ଦାବି କରିପାରିବେନି ଭରଣପୋଷଣ

325

କନକ ବ୍ୟୁରୋ : ମୋଟା ଅଙ୍କର ଦରମା ପାଉଥିବା ପତ୍ନୀ, ସେମାନଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବି କରିପାରିବେ ନାହିଁ । କୋଲକାତା ହାଇକୋର୍ଟ ଏସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । କୋଲକାତାର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ସ୍ୱାମୀ ଆମେରିକାରେ ରହୁଥିବା ବେଳେ ତାଙ୍କ ବାର୍ଷିକ ଆୟ ପାଖାପାଖି ୮୩ ଲକ୍ଷ ଟଙ୍କା । ତେବେ ତାଙ୍କୁ ଏଥିରୁ ଭରଣପୋଷଣ ବାବଦରେ ମାସିକ ୫୦ ହଜାର ଟଙ୍କା ମିଳିବା ଆବଶ୍ୟକ ବୋଲି ସେ କହିଥିଲେ ।

ତେବେ ମହିଳାଙ୍କ ମାସିକ ଦରମା କେତେ ବୋଲି ଜାଣିବାକୁ ଚାହିଁଥିଲେ ବିଚାରପତି । ମହିଳା ଜଣକ ମାସିକ ୮୧ ହଜାର ଟଙ୍କାର ସାଲାରି ସ୍ଳିପ୍ ଦାଖଲ କରିଥିଲେ । ଏହାପରେ ବିଚାରପତି ତାଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ । ମହିଳା ଜଣକ ଆବେଦନ କରିଥିଲେ ଯେ, ତାଙ୍କ ନିଜର ବେତନ ଘର ଚଳାଇବା ପାଇଁ ଯଥେଷ୍ଟ ହେଉନାହିଁ, ତେଣୁ ସ୍ୱାମୀ ତାଙ୍କୁ ମାସିକ ୫୦ ହଜାର ଟଙ୍କା ଦେବା ଆବଶ୍ୟକ । ତେବେ କୋର୍ଟ କହିଛନ୍ତି, ମାସିକ ୮୧ ହଜାର ଟଙ୍କା ଘର ଚଳାଇବାକୁ ଯଥେଷ୍ଟ ।