ଚୀନର ନୂଆ ଚାଲାକି ! ୧୦୦୦ କିଲୋମିଟର ସୁଡଙ୍ଗ କରି ରୋକିବ ବ୍ରହ୍ମପୁତ୍ର ନଦୀର ପାଣି, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

63

ଭାରତକୁ ବିଭିନ୍ନ ଦିଗରୁ ଘେରିବାକୁ ଯୋଜନା ପ୍ରସ୍ତୁତ କରୁଛି ଚୀନ୍ । ଏହି କ୍ରମରେ ବ୍ରହ୍ୱପୁତ୍ର ନଦୀର ପାଣିକୁ ରୋକିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଚୀନ୍ । ଚୀନ୍ ଇଞ୍ଜିନିୟର ମାନେ ବ୍ରହ୍ମପୁତ୍ର ନଦୀରୁ ଭାରତକୁ ଆସୁଥିବା ପାଣିକୁ ଡାଇଭର୍ଟ କରିବାକୁ ୧୦୦୦ କିଲୋମିଟରର ଲମ୍ବା ସୁଡଙ୍ଗ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଲମ୍ବା ସୁଡଙ୍ଗ ମାଧ୍ୟମରେ ବ୍ରହ୍ମପୁତ୍ରର ପାଣିକୁ ତିବ୍ଦତରୁ ଜିନଜିୟାଙ୍ଗ ଆଡକୁ ନେବାକୁ ପ୍ରସ୍ତୁତି ଚଳାଇଛି ଚୀନ୍ ।

tunnel11ଚୀନ ସରକାର ଯଦି ଏହି ପ୍ଲାନକୁ ମଞ୍ଜୁରୀ ଦିଅନ୍ତି ତେବେ ଭାରତ ଓ ବାଲାଂଦେଶ ଅଧିକ ମାତ୍ରାରେ ପ୍ରଭାବିତ ହେବେ । ଏହାପୂର୍ବରୁ ଇଞ୍ଜିନିୟର ମାନେ ଏଭଳି ଯୋଜନା ବିଷୟରେ ମାର୍ଚ୍ଚ ମାସରେ ଚୀନ ସରାକରଙ୍କୁ ଅବଗତ କରିଥିଲେ । ତେବେ ସରକାରଙ୍କ ତରଫରୁ ଏହି ଯୋଜନାକୁ ନେଇ ସବୁଜ ସଙ୍କେତ ମିଳିନାହିଁ । ସୁଡଙ୍ଗ ନିର୍ମାଣ ପାଇଁ ଗଠିତ ଡ୍ରାଫ୍ଟିଙ୍ଗ କମିଟିରେ ଥିବା ୱାଙ୍ଗ ବି କହିଛନ୍ତି, ଏହି ପ୍ରୋଜେକ୍ଟ ପାଇଁ ୧ ଟ୍ରିଲିୟନ ଟଙ୍କା ଖର୍ଚ୍ଚ ହେବ । ସୁଡଙ୍ଗ ପାଇଁ ପ୍ରତି କିଲୋମିଟର ପିଛା ୧ ବିଲିୟନ ୟୁଆନ ଖର୍ଚ୍ଚ ହେବ । ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବାକୁ ଥିବା ୧ ଟ୍ରିଲିୟନ ଟଙ୍କାରେ ଚୀନର ପ୍ରସିଦ୍ଧ ଜୋର୍ଜସ ନଦୀବନ୍ଧ ଭଳି ତିନୋଟି ନଦୀବନ୍ଧ ନିର୍ମାଣ କରାଯାଇପାରିବ ।

ଏହି ପ୍ରୋଜେକ୍ଟକୁ ନେଇ ଏବେ କୌଣସି ପ୍ରକାର ଆକଳନ କରାଯାଇନାହିଁ । ଏପରିକି ଏହାର ପ୍ରଭାବ କଣ ରହିବ ଏ ବାବଦରେ ଚୀନ୍ ଚିନ୍ତା କରିନାହିଁ । କିନ୍ତୁ ଚୀନର ଏକ ଗବେଷକଙ୍କ କହିବା ଅନୁଯାୟୀ, ଦିନେ ନା ଦିନେ ଚୀନ ଏହି ପ୍ରୋଜେକ୍ଟରେ ମୋହର ମାରିବ । ଏହି ପ୍ରୋଜେକ୍ଟ ପାଇଁ ଆବଶ୍ୟକ ହେଉଥିବା ଜ୍ଞାନକୌଶଳ ଆଗାମୀ ୫ରୁ ୧୦ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇ ସାରିଥିବ । ସେହି ସମୟରେ ଏହି ଜ୍ଞାନକୌଶଳକୁ ବ୍ୟବହାର କରି ଚୀନ ଏହି ସୁଡଙ୍ଗ ନିର୍ମାଣ କରିପାରେ ।ସେତେବେଳେ ଏହି ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ମଧ୍ୟ କମ ପଡିବ ।

zangmu-dam-1ଚୀନ ସରକାର ଏପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇ ନାହାନ୍ତି କିନ୍ତୁ ଯଦି ଏହାକୁ ଚୀନ୍ ସରକାରଙ୍କ ତରଫରୁ ସବୁଜ ସଙ୍କେତ ମିଳେ ତେବେ ଭାରତ ଓ ବାଲାଂଦେଶ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ପୂର୍ବରୁ ୨୦୧୦ ମସିହାରେ ତିବ୍ଦତର ଜେଙ୍ଗମୁରେ ନଦୀବନ୍ଧ ନିର୍ମାଣକୁ ନେଇ ଭାରତ ବିରୋଧ କରିଥିଲା । ତେବେ ଚୀନ ସେତେବେଳେ ମଧ୍ୟ ଭାରତର କଥାକୁ କର୍ଣ୍ଣପାତ କରିନଥିଲା । ଏହାପରେ ମଧ୍ୟ ଆହୁରି ତିନୋଟି ନଦୀବନ୍ଧ ପାଇଁ ଚୀନ ସରକାର ମଞ୍ଜୁରୀ ଦେଇ ସାରିଛନ୍ତି । କିନ୍ତୁ ଇଞ୍ଜିନିୟର ମାନେ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ ସରକାରଙ୍କୁ ରୋଡମ୍ୟାପ ଦେଇଛନ୍ତି ତାହା ଭାରତ ପାଇଁ ପ୍ରବଳ ମାତ୍ରାରେ ବିପଦ ସୃଷ୍ଟି କରିବ । ତେବେ ୱାଙ୍ଗ ବି କହିଛନ୍ତି, ଏହି ପ୍ରୋଜେକ୍ଟକୁ ଭାରତ ଓ ବାଲଂଦେଶ ବିରୋଧ କରିବା ସ୍ୱାଭାବିକ । କିନ୍ତୁ ଏହି ସୁଡଙ୍ଗ ହେଲେ ଉଭୟ ଦେଶକୁ କୌଣସି ପ୍ରକାର କ୍ଷତି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।