‘ସ୍ମାର୍ଟଫୋନ୍ ବିନା ରହନ୍ତୁ ଓ ୭୨ଲକ୍ଷ ଟଙ୍କା ପାଆନ୍ତୁ’- ଏମିତି ଏକ ବିଶେଷ ପ୍ରତିଯୋଗିତା ଆରମ୍ଭ କରିଛି ‘Vitaminwater’ । ଏଭଳି କରନ୍ତୁ ଅଂଶ ଗ୍ରହଣ

194

ଯଦି ଆପଣ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ବିନା ରହିପାରିବେ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଛି ଯେ, ଆପଣ ଲକ୍ଷପତି ବନିପାରିବେ । ପ୍ରକୃତରେ ‘Vitaminwater’ ଏକ ବିଶେଷ ପ୍ରତିଯୋଗିତାର ଆରମ୍ଭ ହୋଇଛି । ଜଣାଶୁଣା କମ୍ପାନୀ ‘କୋକା କୋଲା’ ହିଁ ‘Vitaminwater’ ବନାଏ । ଏହି କମ୍ପାନୀ ଭାରତରେ ଏକ ପ୍ରତିଯୋଗିତା ଆରମ୍ଭ କରିଛି । ଯାହା ଅଧିନରେ ବିଜେତାଙ୍କୁ ୧ ଲକ୍ଷ ଡଲାର ଅର୍ଥାତ୍ ୭୨ ଲକ୍ଷ ଟଙ୍କା ଦିଆଯିବ । ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନର ବ୍ୟବହାର କରିପାରିବେନି । ସ୍ମାର୍ଟଫୋନ ସ୍ଥାନରେ କମ୍ପାନୀ ପ୍ରତିଯୋଗୀଙ୍କୁ ବର୍ଷ ୧୯୯୬ରେ ନିର୍ମିତ ହୋଇଥିବା ହ୍ୟାଣ୍ଡସେଟ୍ ଦେବ କେବଳ କଲ୍ କରିବା ପାଇଁ ।

‘Vitaminwater’ର ଆସୋସିଏଟ୍ ବ୍ରାଣ୍ଡ ମ୍ୟାନେଜର ନାତାଲିୟା ସୁରେଜ୍ କହିଛନ୍ତି କି, ଏହି ସୁଯୋଗରେ ଆପଣ ବିନା ନିଜ ଫୋନକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍କ୍ରଲ କରି ୭୨ ଲକ୍ଷ ଟଙ୍କା ଜିତି ପାରିବେ । ଆପଣ ଏହି ଚ୍ୟାଲେଂଜକୁ ନିଜର ଚାକିରୀ ଜାରି ରଖିବା ସହିତ ବି କରିପାରିବେ । ପ୍ରତିଯୋଗିତାର ନିୟମ ଅଧିନରେ ଆପଣ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟରର ବ୍ୟବହାର କରିପାରିବେ । କିନ୍ତୁ ପ୍ରତିଯୋଗିତା ସମୟରେ ଆପଣ କୌଣସି ସ୍ମାର୍ଟଫୋନ୍ କିମ୍ବା ଟାବଲେଟ୍ ର ବ୍ୟବହାର କରିପାରିବେନି । ଆପଣଙ୍କୁ କେବଳ କମ୍ପାନୀ ତରଫରୁ ଦିଆଯାଉଥିବା ଫୋନ୍ ହିଁ ବ୍ୟବହାର କରିବେ ।

ଏହି ପ୍ରତିଯୋଗିତାରେ ଭାଗ ନେବାର ଅନ୍ତିିମ ସମୟ ସୀମା ୮ ଜାନୁୟାରୀ ୨୦୧୯ ପର୍ଯ୍ୟନ୍ତ ଅଛି । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ ହ୍ୟାଶଟ୍ୟାଗ #nophoneforyear ଏବଂ #contest ଲେଖିକି ଟ୍ୱିଟରରେ କିମ୍ବା ଇନଷ୍ଟାଗ୍ରାମରେ ଜଣାଇବାକୁ ପଡିବ କି ଯଦି ଆପଣ ସ୍ମାର୍ଟଫୋନର ବ୍ୟବହାର ଗୋଟିଏ ବର୍ଷ ପର୍ଯ୍ୟନ୍ତ ନକରିବେ, ତେବେ ଆପଣ ସେହି ସମୟରେ କ’ଣ କରିବେ । ‘ଠସଗ୍ଧବଜ୍ଞସଦ୍ଭଙ୍ଗବଗ୍ଧରକ୍ସ’ ଏମିତି ପୋଷ୍ଟ କରୁଥିବା ଲୋକଙ୍କ ମଧ୍ୟରୁ କୌଣସି ଜଣେଙ୍କୁ ଚୟନ କରିବେ ଓ ୨୨ ତାରିଖରେ ଚୟନ କରାଯାଇଥିବା ପ୍ରତିଯୋଗୀଙ୍କୁ ପୁରୁଣା ହ୍ୟାଣ୍ଡସେଟ୍ କମ୍ପାନୀ ତରଫରୁ ଦିଆଯିବ । ଯଦି ଆପଣ ବର୍ଷେ ରହିପାରୁନାହାଁନ୍ତି ଓ ୬ମାସ ପର୍ଯ୍ୟନ୍ତ ବି ରହିପାରୁଛନ୍ତି, ତେବେ ବି ଆପଣ ୧୦ ହଜାର ଡଲାର ଅର୍ଥାତ୍ ୭.୨ ଲକ୍ଷ ଟଙ୍କା ଜିତି ପାରିବେ । ଏହା ଜିତିବା ପାଇଁ ପ୍ରତିଯୋଗୀଙ୍କୁ ଲାଇ ଡିଟେକ୍ଟର ଟେଷ୍ଟ ପାସ୍ କରିବାକୁ ପଡିବ ।