ଶ୍ରୀମନ୍ଦିର ସଂସ୍କାର ଉପରେ ବିଶେଷଜ୍ଞ କମିଟିର ଜନଶୁଣାଣିରେ ଅସନ୍ତୋଷ : ସୁଧାର ସମ୍ପର୍କରେ ଜଣ ଜଣ କରି ନିଆଯାଉଛି ସେବାୟତ ଓ ଲୋକଙ୍କ ମତ

27

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ଉପରେ ବିଶେଷଜ୍ଞ କମିଟିର ଜନଶୁଣାଣି ବେଳେ ଅସନ୍ତୋଷ ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ବିଶେଷଜ୍ଞ କମିଟି ଶୁଣାଣି କରୁଛନ୍ତି । କିନ୍ତୁ ବନ୍ଦ କୋଠରୀରେ ଜଣକ ପରେ ଜଣକୁ ଡାକି ଆଲୋଚନା କରାଯାଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଜନଶୁଣାଣି କରାଯାଉଥିବା ବେଳେ ବିଶେଷଜ୍ଞ କମିଟି ବ୍ୟକ୍ତିଗତ ଭାବେ ଜଣକ ପରେ ଜଣକୁ ଡାକି କାହିଁକି ଆଲେଚନା କରୁଛନ୍ତି ବୋଲି ଲୋକେ ଓ ସେବାୟତ ପାଟିତୁଣ୍ଡ କରିଛନ୍ତି ।

puri
Source:google.com

ଶ୍ରୀମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଶ୍ରୀମନ୍ଦିର ଅଫିସ ପରିସରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ବିଶେଷଜ୍ଞ କମିଟି ଶୁଣାଣୀ କରୁଛନ୍ତି । ଉଭୟ ସେବାୟତ ଓ ସର୍ବସାଧାରଣଙ୍କ ମତାମତ ଉପରେ ପ୍ରଥମ ଥର ଲାଗି ଏଭଳି ଜନଶୁଣାଣିର ଆୟୋଜନ କରାଯାଇଛି । ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ରୋଷ ଘରକୁ ଶ୍ରୀମନ୍ଦିର ପ୍ରଶାସନ ନିଜ କର୍ତୃତ୍ୱକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭଳି ୧୨ ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିବା ବେଳେ ଆଜି ଜନଶୁଣାଣି କରାଯାଉଛି ।