କଷ୍ଟ ଦେଲା ମିଠା ଆମ୍ବ ! ମାଲକାନଗିରିରେ କିଲୋ ପିଛା ମାତ୍ର ୫ରୁ ୧୦ ଟଙ୍କା

29

କନକ ବ୍ୟୁରୋ : ବିଲାତି ବାଇଗଣ, ବନ୍ଧାକୋବି, ପିଆଜ ପରେ ଏବେ ଆମ୍ବର ଅଭାବୀ ବିକ୍ରି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମାଲକାନଗିରିରୁ । ନାବାର୍ଡ ସହାୟତାରେ ଶହ ଶହ ହେକ୍ଟର ଜମିରେ ଆମ୍ବ ଚାଷ କରିଥିଲେ ଆଦିବାସୀ ଇଲାକାର ଚାଷୀ । ଏବର୍ଷ ଭଲ ଆମ୍ବ ହୋଇଛି, ହେଲେ ଉଚିତ୍ ମୂଲ୍ୟ ପାଉନାହାଁନ୍ତି ଚାଷୀ । ବଜାରରେ ଅମରପଲି, ମଲିକା, ବାଇଗଣଫଲି, ଦଶରି ଆମ୍ବ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ମାଲକାନଗିରି ଚାଷୀ ବାଧ୍ୟ ହୋଇ ବିକୁଛନ୍ତି କିଲୋ ପିଛା ମାତ୍ର ୫ରୁ ୧୦ଟଙ୍କାରେ । ନା ଅଛି କୋଲ୍ଡ ଷ୍ଟୋରେଜ୍ ନା ମଣ୍ଡି ନା ବଜାର ନିୟନ୍ତ୍ରଣର ବ୍ୟବସ୍ଥା ।

ଗୁଜୁରାଟରେ ସଫଳ ହୋଇ ଥିବା ଓାଡି ପ୍ରକଳ୍ପକୁ ଅନୁସରଣ କରି ପରୀକ୍ଷାମୂଳକ ଭାବେ ମାଲକାନଗିରି କୋରୁକୋଣ୍ଡା ବ୍ଲକରେ ଆମ୍ବଚାଷ ଆରମ୍ଭ ହୋଇଥିଲା । ଏବେ ଅମଳ ବଢିଛି, ହେଲେ ସରକାରଙ୍କ ଉଦାସୀନତା ଯୋଗୁଁ ଆମ୍ବର ଅଭାବୀ ବିକ୍ରି ଭଳି ସମସ୍ୟା ସାମନାକୁ ଆସିଛି ।