ତ୍ରିରଙ୍ଗାକୁ ଅପମାନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ : ସୋସିଆଲ ମିଡିଆରେ ଭାଇରାଲ ଫଟୋକୁ ନେଇ ଉଠିଲା ଦାବି ।

91

ଯେଉଁ ପତାକାକୁ ଦେଶରେ ଉଡାଇବା ପାଇଁ ୨ଶହ ବର୍ଷ ଭାରତରେ ରାଜୁତି କରିଥିବା ଇଂରେଜ ସହିତ ରକ୍ତ ଦେଇ ମୃତ୍ୟୁବରଣ କରିଛନ୍ତି ବୀର ପୁରୁଷ ଏବଂ ଭାରତବାସୀ । ସେହି ପତାକାର ଅପମାନ ଓଡିଶା ମାଟିରେ ହୋଇଥିବା ଅଭିଯୋଗ ହୋଇଛି । ଭାରତୀୟ ହେବାର ସଂକେତ ଦର୍ଶାଉଥିବା ବା ବିଶ୍ୱରେ ଭାରତକୁ ପରିଚିତ କରୁଥିବା ତ୍ରିରଙ୍ଗା ପତାକା ଉପରେ ଓଡିଶାର ଜଣେ ବ୍ୟକ୍ତି ନିଜ ଚପଲ ହଳକ ରଖିଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଭଳି ଅପରାଧ କରିଥିବା ବ୍ୟକ୍ତି ଜଣକ ବିରୋଧରେ ଭଦ୍ରକ ଜିଲ୍ଲାର ସରୋଜ କୁମାର ପାଲ ରାଜ୍ୟ ସରକାରଙ୍କୁ ଇ-ଅଭିଯୋଗ ଜରିଆରେ ଅବଗତ କରାଇଛନ୍ତି । ଏବଂ ଅନୁରୋଧ କରିଛନ୍ତି ଯେ, ଏହା ଦେଶର ସବୁଠାରୁ ବଡ ଅପରାଧିକ ଘଟଣା ଯେ, ଜଣେ ବ୍ୟକ୍ତି ଭାରତର ଗାରିମା ଓ ପରିଚୟ ବଖାଣୁଥିବା ଜାତୀୟ ପତାକା ଉପରେ ଜୋତା ରଖିବା ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ଏବଂ ସେହି ଭାଇରାଲ ଫଟୋରେ ଥିବା ସମ୍ପୃକ୍ତ ବ୍ୟକ୍ତି କିଏ ଏବଂ କାହିଁକି ଏଭଳି କରୁଛି ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯାହାଫଳରେ ଆଗାମୀ ଦିନରେ କେହି ଏଭଳି କରିବାକୁ ସାହାସ ମଧ୍ୟ ନକରିବେ ବୋଲି ଭଦ୍ରବ୍ୟକ୍ତି ଜଣକ ଚିଠି ଜରିଆରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ।

ଅଭିଯୋଗ ଅନୁସାରେ ଜଣେ ବ୍ୟକ୍ତି ଜାତୀୟ ପତାକା ଉପରେ ନିଜ ଚପଲ ହଳକ ରଖି ଫେସବୁକରେ ଫଟୋ ପୋଷ୍ଟ କରିଛନ୍ତି । ଯାହାକି ଗତ ୨ମାସ ହେବ ରାଜ୍ୟରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଗତ ଜୁନ ୧୨ ତାରିଖ ଦିନ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ ଭଦ୍ରକ ଜିଲ୍ଲାର ସରୋଜ ପାଲ । । ତେବେ ପୂର୍ତ୍ତ ବିଭାଗକୁ ହସ୍ତଗତ ହୋଇଥିବା ଏହି ଇ-ଅଭିଯୋଗ ତାଙ୍କ ବିଭାଗ ଅଧିନରେ ନଥିବାରୁ ସେହି ଚିଠିକୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଇଛନ୍ତି ପୂର୍ତ୍ତ ବିଭାଗ । ତେବେ ଏହି ଫଟୋକୁ କିଏ ଭାଇରାଲ କରୁଛି ଏବଂ ଉକ୍ତ ଫଟୋରେଥିବା ଭାଇରାଲ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଠିକଣାକୁ ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ସରୋଜ ପାଲ ପ୍ରଶ୍ନ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ସରୋଜ ପାଲ ।

ଯେତେବେଳେ ଜାତୀୟ ସଂଗୀତ ଗାନ ହୁଏ ସେତେବେଳେ ଜାତୀୟ ପତାକା ଅକାଶରେ ଉଡୁଥିବା ମୂହୁର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କୁ ଅବର୍ଣ୍ଣନୀୟ ଖୁସି ପ୍ରଦାନ କରିଥାଏ । କେବେ ଇଂରେଜ ମାନଙ୍କ ସାମ୍ନାରେ ଜାତୀୟ ପତାକାକୁ ଅପମାନିତ କରିବାକୁ ଦେଇନଥିବା ଭାରତବାସୀଙ୍କୁ ଏବେ ନିଜ ଦେଶରେ ଜାତୀୟ ପତାକାକୁ ଅପମାନିତ ହେବାକୁ ଦେଖିବାକୁ ମଳିଛି । ତାହା ପୁଣି ଯେଉଁ ସ୍ଥାନରୁ ଜାତୀୟ ପତାକାର ଟେକ ରଖିବାକୁ ଇଂରେଜ ବିରୋଧରେ ପ୍ରଥମ ବିଦ୍ରୋହ ଆରମ୍ଭ ହୋଇଥିଲା ସେହି ଓଡିଶା ମାଟିକୁ ବଦନାମ କରିବା ପାଇଁ ଏଭଳି କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି ।