ବଡ ଘର ବଡ ଗୁମର କଥା : ପଦାକୁ ଆସିଛି ଗମାଙ୍ଗ ପରିବାରର ଭିତିରି ବିବାଦ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡ ଘରର ବଡ ଗୁମର କଥା । ପଦାକୁ ଆସିଛି ଗମାଙ୍ଗ ପରିବାର ଭିତିରି ବିବାଦ । ଗିରିଧର ଗମାଙ୍ଗଙ୍କ ନାତିଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ବାପା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗଙ୍କ ସ୍ତ୍ରୀ, ତାଙ୍କ ନାବାଳକ ପୁଅକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଆଜି ଫ୍ରେଣ୍ଡସ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏନେଇ ଡିସିପିଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରାଯାଇଛି । ନାବାଳକଙ୍କ ବୟାନ ରେକର୍ଡ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରାଯାଇଛି ।